21.1 C
Bhubaneswar
Tuesday, December 9, 2025
Homeଓଡିଶାହସ୍ପିଟାଲରୁ ନବଜାତ ଶିଶୁ ଚୋରି: ୨ ଗିରଫ

ହସ୍ପିଟାଲରୁ ନବଜାତ ଶିଶୁ ଚୋରି: ୨ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରୁ ନବଜାତ ଶିଶୁ ଚୋରିର ଆୁ ଏକ ଘଟଣା ସାମ୍ନାକୁ ଆସିଛି । ଡାକ୍ତରଖାନାରୁ ଏକ ଶିଶୁକନ୍ୟା ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୁଇ ଜଣ ମହିଳା ଧରାପଡିଛନ୍ତି । ସୂଚନା ଅନୁଯାୟୀ, ଘଟଣାଟି ରାତି ପ୍ରାୟ ୨ ଟା ୩୦ ମିନଟ୍ ସମୟରେ ଘଟିଥିଲା ଯେତେବେଳେ ମହିଳାମାନେ ମାତୃତ୍ୱ ୱାର୍ଡରେ ଶୋଇଥିବା ବେଳେ ମା’ କୋଳରୁ ଏକ ୭ ଦିନର ଶିଶୁକନ୍ୟାକୁ ଛଡାଇ ନେଇଯାିଥିଲେ । ଯେତେବେଳେ ମା’ ଚିତ୍କାର କଲେ, ମହିଳାମାନେ ଶିଶୁକନ୍ୟାଟିକୁ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ । ଭୋଗରାଇ ଆରୁବାହଟୀ ଅଞ୍ଚଳର ଜଣେ ମହିଳାଙ୍କଠାରୁ ଶିଶୁକନ୍ୟାଟିକୁ ଛଡାଇ ନିଆଯାଇଥିଲା । ଅଭିଯୁକ୍ତ ମହିଳାମାନଙ୍କ ମଧ୍ୟରୁ ଜଣେ ଖଡଗପୁର ଏବଂ ଅନ୍ୟ ଜଣେ ବାଲେଶ୍ୱର ଅଞ୍ଚଳର ଏଟନ୍ତି । ସ୍ଥାନୀୟ ଲୋକଙ୍କ ଦ୍ୱାରା ହସ୍ତାନ୍ତର ପରେ ଟାଉନ ପୋଲିସ ସେମାନଙଅକୁ ଗିରଫ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking