ଅନୁଗୁଳ: ବୁଦାରୁ ନବଜାତ ଶିଶୁ ଉଦ୍ଧାର । ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲାର ପାଲଲହରା ପୋଲିସ ସୀମା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଖେଳପଡିଆ ନିକଟ ଏକ ବୁଦାରୁ ଏକ ନବବଜାତ ଶିଶୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦାମାନେ ଶିଶୁଟିର କାନ୍ଦ ଶୁଣି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତରମାନେ ନବଜାତ ଶିଶୁକୁ ନବଜାତ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (NICU)ରେ ଭର୍ତ୍ତି କରିଥିଲେ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରିପୋର୍ଟ କରାଯାଇଛି ଏବଂ ସେ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଥିବା ସୂଚନା ମିଳିଛି । ତେବେ ପୋଲିସ ଶିଶୁଟିର ପିତାମାତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।










