25.1 C
Bhubaneswar
Monday, March 2, 2026
Homeଓଡିଶାବୁଦା ମୂଳରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର

ବୁଦା ମୂଳରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର

ମୟୂରଭଞ୍ଜ : ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେବା ପରେ ବି ଭୁଲିଗଲା ମାଆର ମମତା l ନିଜ କୋଳରେ ଜାବୁଡି ଧରିବା ବଦଳରେ ରକ୍ତ ସମ୍ପର୍କ ଭୁଲି ସାଜିଲା ରାକ୍ଷସୀ l ମରଣ ମୁହଁକୁ ଠେଲି ଦେଇ ଅମଣିଷ ବିବେକଶୁନ୍ୟ ପରିବାର ହାତରେ ଟେକିଦେଲା ଫିଙ୍ଗି ଦେବା ପାଇଁ l ଧନ୍ୟ ତୁମେ ଧନ୍ୟ ତୁମର ମାତୃତ୍ୱ ବୋଲି ଏବେ ଚର୍ଚ୍ଚା ହେଉଛି l ତେଵେ ଏବେର ଆଧୁନିକ ସମାଜର ମଣିଷ ଆଜିବି ପୁଅ ଝିଅର ପ୍ରଭେଦରୁ ନିଜକୁ ମୁକୁଳେଇ ପାରିନାହିଁ l ଯୋଉଥିପାଇଁ ନବଜାତ ଶିଶୁ କନ୍ୟାକୁ କେହି ବୁଦା ମୂଳରେ ଫିଙ୍ଗି ଦେଇଥିବା ବେଳେ ଶିଶୁ କନ୍ୟାର କାନ୍ଦ ଶବଦ ଶୁଣି ଆଜି ଉଦ୍ଧାର କରିଛନ୍ତି ମୋରଡା ବ୍ଲକ ଝିଙ୍କିରିଆ ଦୁଇର ଆଶାକର୍ମୀ ସାବିତ୍ରୀମଣୀ ଜେନା । ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଘର ବାଡି ପଛପଟେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ପକାଇ ପଳାଇଥିଲେ । ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଝିଆରୀ ବାଡ଼ି ପଛପଟୁ ଗୋଟିଏ ଛୋଟ ଛୁଆର କାନ୍ଦ ଶୁଣି ଯାଇ ଦେଖିବାକୁ ପାଇଥିଲେ ଲଟାବୁଦା ଭିତରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଶିଶୁ କନ୍ୟାକୁ। ସଙ୍ଗେ ସଙ୍ଗେ ଝିଆରୀ ସୁଭଶ୍ରୀ ଜେନା ଆଶାକର୍ମୀଙ୍କୁ ଘଟଣା ବାବଦରେ ଜଣାଇଥିଲେ ।

ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ସୁପରଭାଇଜର ଶୁଭଶ୍ରୀ ଦଳାଇ ଡାକ୍ତରଖାନାରେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଶିଶୁଟିର ମୁହଁ ଓ ଦେହରେ ମାଟି ଲାଗିଥିବା ସହିତ ଅନେକ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ଯେ କେହି ବି ଉକ୍ତ ଶିଶୁ କନ୍ୟାକୁ ଅଲୋଡା କରିଛି,ସେ ଭଲ ଭାବରେ ଜାଣି ଶିଶୁକନ୍ୟାକୁ ଆଶାକର୍ମୀଙ୍କ ବାଡିରେ ପକାଇଛି । ତେବେ ଶିଶୁ କନ୍ୟା ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ଥିବା ଜଣାପଡିଛି । ଶିଶୁକନ୍ୟାର ଓଜନ ଦୁଇ କିଲୋ ୩୪୫ ଗ୍ରାମ ରହିଛି । ଶିଶୁକନ୍ୟାର ଚିକିତ୍ସା ପରେ ବାରିପଦା ସ୍ଥିତ ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସୁପରଭାଇଜର । ତେବେ ଶିଶୁ କନ୍ୟାକୁ କିଏ ଓ କାହିଁକି ଏପରି ପକାଇ ପଳାଇଛି ତାହା ଏବେ ତଦନ୍ତ ସାପେଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking