24.1 C
Bhubaneswar
Wednesday, February 4, 2026
Homeଓଡିଶାଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟିକ ଦୂତ

ଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟିକ ଦୂତ

ଭୁବନେଶ୍ୱର: ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ଲୋକସେବା ଭବନଠାରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡ ଓ ଓଡିଶା ମଧ୍ୟରେ ପ୍ରଯୁକ୍ତି ବିଦ୍ୟାର ଆଦାନ ପ୍ରଦାନ ନେଇ ଆଲୋଚନା ହୋଇଥିଲା। ବିଶ୍ବବଜାରରେ ଓଡିଶା ଉତ୍ପାଦର ପ୍ରଚାର ପ୍ରସାର ଦିଗରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୁରୁତ୍ବ ଆରୋପ କରିଥିଲେ। ନ୍ୟୁଜିଲ୍ୟାଣ୍ଡଠାରେ ରାଜ୍ୟର ହସ୍ତକଳା ପ୍ରଦର୍ଶନୀ ନେଇ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରସ୍ତାବ ରଖିଥିଲେ। ନ୍ୟୁଜିଲ୍ୟାଣ୍ଡର ଦକ୍ଷତା ବିକାଶ, କୃଷି, ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ, ଶିଳ୍ପର ଅଭିବୃଦ୍ଧି ଓ ପୁଞ୍ଜିନିବେଶ ନେଇ ବିଭିନ୍ନ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଅକଲ୍ୟାଣ୍ଡରେ ଭାରତର ବାଣିଜ୍ୟିକ ଦୂତ ଦାୟିତ୍ବରେ ରହିଥିବା ଡକ୍ଟର ମଦନ ମୋହନ ସେଠୀ ଚଳିତ ମାସ 21ତାରିଖରୁ 28ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking