20.1 C
Bhubaneswar
Friday, January 16, 2026
Homeଖେଳଭାରତ ବିପକ୍ଷ ମହିଳା ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌; ପଲି ଇଙ୍ଗ୍‌ଲିସ୍ ନୂଆ ମୁହଁ

ଭାରତ ବିପକ୍ଷ ମହିଳା ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌; ପଲି ଇଙ୍ଗ୍‌ଲିସ୍ ନୂଆ ମୁହଁ

ନୂଆଦିଲ୍ଲୀ: ନିକଟରେ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଥିବା ନ୍ୟୁଜିଲାଣ୍ଡ ଭାରତ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍‌ର ସମସ୍ତ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ସୋଫି ଡିଭାଇନ୍‌ଙ୍କ ନେତୃତ୍ୱାଧୀନ ଟିମ୍‌ରେ ୱିକେଟ୍‌କିପର୍‌- ବ୍ୟାଟର୍ ପଲି ଇଙ୍ଗ୍‌ଲିସ୍‌ଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି। ମୁଖ୍ୟ କୋଚ୍ ବେନ୍ ସାୱେର୍ କହିଛନ୍ତି, ଟିମ୍‌ରେ ଇଙ୍ଗ୍‌ଲିସ୍‌ଙ୍କ ସାମିଲ ଟିମ୍‌ର ଭବିଷ୍ୟତ ରଣନୀତି। ଏହା ବ୍ୟତୀତ ତାଙ୍କ ଟିମ୍ ପାଇଁ ଭାରତ ସିରିଜ୍ ବଡ଼ ଅଭିଜ୍ଞତା ହେବ ବୋଲି କହିଛନ୍ତି। ଏହା ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ହେବ। ଅନ୍ୟପକ୍ଷରେ ପିଠି ଆଘାତ ଯୋଗୁଁ ପେସର୍ ରୋଜମେରୀ ମାୟର୍‌ଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ମାୟର୍‌ଙ୍କ ସହିତ ଅଫ୍ ସ୍ପିନର୍ ଲେଘ କାସ୍ପେରେକ୍ ମଧ୍ୟ ଟିମ୍‌ରେ ନାହାନ୍ତି।

ନ୍ୟୁଜିଲାଣ୍ଡ ସ୍କ୍ୱାଡ୍‌: ସୋଫି ଡିଭାଇନ୍ (କ୍ୟାପ୍‌ଟେନ୍‌), ସୁଜି ବେଟ୍ସ, ଏଡେନ୍ କାର୍ସନ୍‌, ଲେଯøରେନ୍ ଡାଉନ୍‌, ଇଜି ଗେଜ୍‌, ମାଡି ଗ୍ରୀନ୍‌, ବ୍ରୁକ୍ ହାଲିଡେ, ପଲି ଇଙ୍ଗ୍‌ଲିସ୍ (ୱିକେଟ୍‌କିପର୍‌), ଫ୍ରାନ୍ ଜୋନାସ୍‌, ଜେସ୍ କେର୍‌, ଆମେଲିଆ କେର୍‌, ମୋଲି ପେନ୍‌ଫୋଲ୍ଡ, ଜର୍ଜିୟା ପ୍ଲିମର୍‌, ହାନ୍ନା ରୋୱେ, ଲିଆ ତାହୁହୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking