21.1 C
Bhubaneswar
Sunday, January 18, 2026
Homeଖେଳଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ

ଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ

ଇନ୍ଦୋର: ଇନ୍ଦୋରରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ। ଭାରତକୁ ୩୩୮ ରନର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୭ ରନ୍ କରିଛି। ଡାରିଲ୍ ମିଚେଲ୍ ୧୩୭ ରନ୍ ଏବଂ ଗ୍ଲେନ୍ ଫିଲିପ୍ସ ୧୦୬ ରନ୍ କରିଥିଲେ। ଦୁହେଁ ୨୧୯ ରନର ପାର୍ଟନରସିପ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ଆଠ ଓଭରରେ ଦୁଇ ୱିକେଟ ହରାଇ ୫୧ ରନ କରିଛି। ବିରାଟ କୋହଲି ଏବଂ ଶ୍ରେୟସ ଆୟର କ୍ରିଜରେ ଅଛନ୍ତି। ଅଧିନାୟକ ଶୁଭମନ ଗିଲ ୨୩ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୧୧ ରନ କରି ଆଉଟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking