20.1 C
Bhubaneswar
Monday, December 22, 2025
Homeଦେଶ ବିଦେଶନୂତନ ୟୁପିଏସସି ଚେୟାରମ୍ୟାନ୍ ଆଇଏଏସ ପ୍ରୀତି ସୁଦାନ

ନୂତନ ୟୁପିଏସସି ଚେୟାରମ୍ୟାନ୍ ଆଇଏଏସ ପ୍ରୀତି ସୁଦାନ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନଙ୍କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି)ର ନୂତନ ଚେୟାରମ୍ୟାନ୍ ଭାବରେ ବୁଧବାର ନିଯୁକ୍ତ କରାଯାଇଛି। ୟୁପିଏସସି ସଚିବ ଏକ ଚିଠିରେ କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦାଖଲ କରିଥିବା ଡ଼ଃ ମନୋଜ ସୋନିଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି ଏବଂ ସୁଦାନଙ୍କୁ ଆୟୋଗର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଅନୁମୋଦନ କରିଛନ୍ତି। ସେ ଅଗଷ୍ଟ ୧ ରେ ଦାୟିତ୍ୱ ଗ୍ରହଣ କରିବେ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କିମ୍ବା ଏପ୍ରିଲ୍ ୨୯, ୨୦୨୫ ପର୍ଯ୍ୟନ୍ତ ଜାରି ରଖିବେ । ଯାହା ପୂର୍ବରୁ ଅଛି ବୋଲି ଚିଠିରେ ଦର୍ଶାଯାଇଛି। ତେବେ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ସୁଦାନ ଅନେକ ଅବଦାନ ରଖିଥିଲେ ଏବଂ ୩୫ ବର୍ଷରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ ବିଭିନ୍ନ ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking