ଭୁବନେଶ୍ୱର : ନୂଆ ସିଲାବସ ଲାଗୁ କରିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ । ଏନଇପି ଲାଗୁ ପରେ ସିଲାବସ ପରିବର୍ତ୍ତନ ପାଇଁ କମିଟି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବଦଳିବ ସିଲାବସ । ଭାଷା , ସଂସ୍କୃତିକ , ଐତିହ୍ୟକୁ ଆଧାର କରି ଆସିବ ନୂଆ ସିଲାବସ । କମିଟି ତର୍ଜମା କରୁଛି , ରାଜ୍ୟ ପାଇଁ ଯାହା ଠିକ ହେବ ସ୍ଥାନ ପାଇବ ।