ଭୁବନେଶ୍ୱର: ବାଲି ଚୋରି ରୋକିବାକୁ ଆକ୍ସନ ମୋଡରେ ସରକାର । ବାଲି ଚୋରି ରୋକିବାକୁ ଆସିବ ନୂଆ ଏସଓପି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେସ ପୂଜାରୀ । ବଡ ଗାଡି ବ୍ୟବହାର ଉପରେ ଲାଗିବ ରୋକ । ପାତାଳରେ ଲୁଚିଲେ ବି ମାଫିଆଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି ଧରାଯିବ । ରାଜ୍ୟରେ ଯେଉଁ ଅପରାଧ ବଢୁଛି ଆଉ ନବଢୁ ।