27.1 C
Bhubaneswar
Tuesday, July 8, 2025
Homeଓଡିଶାନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’

ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’

– ସହରାଞ୍ଚଳରେ ସମନ୍ୱିତ ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ
– ଫୋକସ୍‌ରେ ସହରୀ ଭିତ୍ତିଭୂମି, ଶ୍ରମ ସମୃଦ୍ଧି, ଜଳ ସମୃଦ୍ଧି, ପ୍ରାଣୀ ସମୃଦ୍ଧି
-୨୦୨୫-୨୬ରୁ୨୦୨୯-୩୦ ମଧ୍ୟରେ ହେବ କାର୍ଯ୍ୟକାରୀ
– ସର୍ବମୋଟ୍ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ

ଭୁବନେଶ୍ୱର: ସହରାଞ୍ଚଳରେ ସମନ୍ୱିତ ବିକାଶ ନିମନ୍ତେ ରାଜ୍ୟ ସରକାର ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ବା ଏମ୍‌ଏସ୍‌ବିୱାଇର ପ୍ରଣୟନ କରିଛନ୍ତି। ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୫-୨୬ରୁ୨୦୨୯ -୩୦ ଆର୍ôଥକ ବର୍ଷ ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ ସ୍ଥିର ହୋଇଛି। ସର୍ବମୋଟ୍ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ହେବ। ଏନେଇ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ୍‌ର ୨୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଚାରୋଟି ବିଭାଗର ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ରାଜ୍ୟ ସରକାର ସହରାଞ୍ଚଳରେ ସମନ୍ୱିତ ବିକାଶ ନିମନ୍ତେ ନୂଆ ଯୋଜନା “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ବା ଏମ୍‌ଏସ୍‌ବିୱାଇର ପ୍ରଣୟନ କରିଛନ୍ତି। “ବିକଶିତ ଓଡ଼ିଶା -୨୦୩୬ ଲକ୍ଷ୍ୟ ନେଇ ସହରୀ ବିକାଶ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ରାଜସ୍ୱ ଅଭିବୃଦ୍ଧି କରିବା ନୂତନ ଯୋଜନା “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ବା ଏମ୍‌ଏସ୍‌ବିୱାଇର ମୂଳ ଲକ୍ଷ୍ୟ ରହିଛି। ଏହି ଯୋଜନାରେ ଚୋରୋଟି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତାହା ହେଉଛି ସହରୀ ଭିତ୍ତିଭୂମି, ଶ୍ରମ ସମୃଦ୍ଧି, ଜଳ ସମୃଦ୍ଧି ଓ ପ୍ରାଣୀ ସମୃଦ୍ଧି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ସହରୀ ଭିତ୍ତିଭୂମିରେ ସାଧାରଣ ଓ ରାଜସ୍ୱ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ କରାଯିବ। ବିଶେଷକରି କଲ୍ୟାଣ ମଣ୍ଡପ, ବହୁମୁଖୀ ସଭା ଗୃହ, ଟାଉନ୍ ହଲ୍‌, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ୍ କମ୍ପେ୍ଲକ୍ସ, ରାସ୍ତା, ଡ୍ରେନ୍‌, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକ କମ୍ପେ୍ଲକ୍ସ, ଭେଣ୍ଡିଂ ଜୋନ୍‌, କ୍ଷୁଦ୍ର ଶୀତଳଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜି ଷ୍ଟେସନ୍‌, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ଶ୍ରମ ସମୃଦ୍ଧିରେ ଛୋଟ ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ଓ ବର୍ଷାଜଳ ଅମଳ ସଂରଚନା ପ୍ରକଳ୍ପ କରାଯିବ। ସେହିପରି ଜଳ ସମୃଦ୍ଧିରେ ନଦୀକୁଳ, ଜଳାଶୟଗୁଡ଼ିକର ନବୀକରଣ ସହ ବିକାଶ ସହିତ ପ୍ରାଣୀ ସମୃଦ୍ଧିରେ କାଞ୍ଜିଆହୁଦା, ଗୋଶାଳା ଓ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ ହେବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଚଳିତ ଆର୍ôଥକ ବର୍ଷ, ୨୦୨୫-୨୬ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପାଞ୍ଚ ବର୍ଷର ଅବଧି ମଧ୍ୟରେ ଏହି ଯୋଜନାରେ ୫୦ହଜାରରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟିକରି ସହରାଞ୍ଚଳର ଉନ୍ନତି ଆଣିବ। ତେବେ ୫ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରାଯିବ। ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୫ହଜାରରୁ ଅଧିକ ବନୀକରଣ ପ୍ରକଳ୍ପ ସୃଷ୍ଟି କରାଯିବାର ପ୍ରସ୍ତାବ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଆଉ କିଛି ପ୍ରସ୍ତାବରେ ବି କ୍ୟାବିନେଟ୍ ଅନୁମୋଦନ ମିଳିଛି। “ନାରକୋଟିସ୍ କଂଟ୍ରୋଲ୍ ବ୍ୟୁରୋ’କୁ ମୌଜା-ଭୁବନେଶ୍ୱର ୟୁନିଟ୍ ନମ୍ବର-୪୧, ଚନ୍ଦ୍ରଶେଖରପୁରଠାରେ ଆବଣ୍ଟିତ ଅତିରିକ୍ତ ସରକାରୀ ଜମି ଏ.୦.୬୪୪ଡି.ର ଅଧିମୂଲ୍ୟ ଦୁଇ କୋଟି ଷାଠିଏ ଲକ୍ଷ ବୟାଳଶୀ ହଜାର ଟଙ୍କା ଛାଡ଼ କରିବା ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି।

ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ୍‌, ସ୍ପିଲୱେ ନିର୍ମାଣ
ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ୍ ଡ୍ୟାମ୍ ଓ ସ୍ପିଲୱେ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗଜପତି ଜିଲ୍ଲା ଅଧିନସ୍ଥ ଆର୍‌. ଉଦୟଗିରି ବ୍ଲକ୍‌ର ଛେଳିଗଡ଼ ଗ୍ରାମ ନିକଟରେ ବଂଶଧାରା ନଦୀର ବଡ଼ଜୋର ଉପନଦୀରେ ଏକ ଜଳାଶୟ ନିର୍ମାଣ କରିବା ନିମନ୍ତେ ୨୬୬ ମି. ଦୀର୍ଘ କଂକ୍ରିଟ୍ ଡ୍ୟାମ୍ ସହିତ ୭ଟି ରେଡିଆଲ୍ ଗେଟ୍ ନିର୍ମାଣ ହେବ। କ୍ୟାବିନେଟ୍ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା। ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ୍‌ର ୨୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ଜିଏସ୍‌ଟି ବ୍ୟତୀତ ୧୫୧ କୋଟି ୭୮ ଲକ୍ଷ ୨୦,୪୭୬ ଟେଣ୍ଡର୍‌କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରକଳ୍ପଟିକୁ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଉକ୍ତ ପ୍ରକଳ୍ପଟି ଗଜପତି ଜିଲ୍ଲାର ୫୦୦ ହେକ୍ଟର୍ ଓ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର୍ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବ। ଏତଦବ୍ୟତୀତ ବ୍ରହ୍ମପୁର ସହରର ଲୋକମାନଙ୍କର ପାନୀୟଜଳ ଓ ଘରୋଇ ବ୍ୟବହାର ନିମନ୍ତେ ୩୧.୫୪ ମିଲିଅନ୍ କ୍ୟୁବିକ୍ ମିଟର ଜଳ ଉପଲବ୍ଧ କରାଇବା ସହିତ ମାଛ ଚାଷ, ପଶୁଧନ ପାଳନ କାର୍ଯ୍ୟ ଓ ଭୂତଳ ପୁନଃଭରଣରେ ସହାୟକ ହେବ। ଏହି ପ୍ରକଳ୍ପ ୩୬ ମେଗାୱାଟ୍ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ସହ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ôଥକ ଉନ୍ନତି ଦିଗରେ ସହାୟକ ହେବ। ଏନେଇ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି ବୋଲି ମୁଖ୍ୟଶାସନ ସଚିବ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking