26.1 C
Bhubaneswar
Friday, January 16, 2026
Homeଓଡିଶାଆସିଲା ନୂଆ ନିୟମ: ବେଆଇନ ଖଣି କାରବାରରେ ଲାଗି ରୋକ୍

ଆସିଲା ନୂଆ ନିୟମ: ବେଆଇନ ଖଣି କାରବାରରେ ଲାଗି ରୋକ୍

ଭୁବନେଶ୍ୱର: ବେଆଇନ ଖଣି କାରବାରରେ ଲାଗି ରୋକ୍। ଆସିଲା ନୂଆ ନିୟମ। ଖଣି କାରବାର ସହ ଖଣିଜ ପରିବହନ ସଂରକ୍ଷଣ, ପରିବହନ ନଜର ରଖାଯିବ। ଖଣି ଉତ୍ତୋଳନ ଠାରୁ ପରିବହନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରାଯାଇଛି। ଏନେଇ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାଇ, ବେଆଇନ ଖଣି କାରବାର, ଖଣିଜ ପରିବହନ ସଂରକ୍ଷଣ, ପରିବହନ ଓ ବ୍ୟବସାୟ ପାଇଁ ନୂଆ ନିୟମ ଆସିଛି । AI କ୍ୟାମେରା, ଆନାଲାଇଜର୍, ଡିଜିଟାଲ ପ୍ଲାଟଫର୍ମ ଭଳି ଜ୍ଞାନକୌଶଳ ବ୍ୟବହାର କରାଯିବ। ବେଆଇନ କରବାର ଉପରେ ଡ୍ରୋନ୍ରେ ନଜର ରଖାଯିବ। ଡିଜିଟାଲ ଏନ୍ଫୋମେଣ୍ଟ ଜରିଆରେ କାରବାର ଉପରେ ନଜର ରଖାଯିବ। ରିଅଲ ଟାଇମ୍ ଡାଟା ସିଷ୍ଟମ ଜରିଆରେ ଗାଡ଼ିରେ ଥିବା ଖଣିଜ ହେବ ଦ୍ରବ୍ୟର ମାନ, ଓଜନ ଓ ଗାଡିର ବିବରଣୀ ନେଇ ଡିଜିଟାଲ ଡାଟା ବେଶ ତିଆରି କରାଯିବ।| ଇ-ଟ୍ରାନଜିଟ୍ ପାସର ପ୍ରଚଳନ ହେବ। ବିନା ଲାଇସେନ୍ରେ ଖଣି କାରବାର କଲେ ଜରିମାନା ସହିତ ଜେଲ ହୋଇପାରେ। ଖଣି ଖୋଲିବା ଠାରୁ ପରିବହନ ପର୍ଯ୍ୟନ୍ତ କରିବାକୁ ହେଲେ ଲାଇସେନ୍ସ ବାଧ୍ୟତାମୂଳକ ହେବ। ସମସ୍ତ କାର୍ଯ୍ୟ ସରକାରୀ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିବା ଆବଶ୍ୟକ। ଖଣିଜ ପରିବହନ ପାଇଁ ପ୍ରକୃତ ସମୟ ମନିଟରିଂ, ସମନ୍ୱିତ ଓଜନ ସେତୁ ଏବଂ ବାଧ୍ୟତାମୂଳକ ଇ-ଟ୍ରାନଜିଟ୍ ପାସ୍ । ଡିଜିଟାଲ୍ ସିଷ୍ଟମ ସହିତ ଯେକୌଣସି ପ୍ରକାରର ହେରଫେର ହେଲେ ଲାଇସେନସ ନିଲମ୍ବନ/ ବାତିଲ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking