26.1 C
Bhubaneswar
Thursday, March 26, 2026
Homeଓଡିଶାଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ: ଅଭିନୟ କରାଇବାକୁ ନେବାକୁ ପଡିବ ଅନୁମତି

ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ: ଅଭିନୟ କରାଇବାକୁ ନେବାକୁ ପଡିବ ଅନୁମତି

ଭୁବନେଶ୍ୱର: ମନୋରଞ୍ଜନ ଶିଳ୍ପ ତଥା ବାଣିଜ୍ୟିକ ମନୋରଞ୍ଜନ କାର୍ଯ୍ୟକଳାପରେ ନିୟୋଜିତ ଶିଶୁଙ୍କ ପାଇଁ ନୂଆ ନିୟମ । ବିଶେଷ କରି ଟେଲିଭିଜନ, ସିନେମା, ଯାତ୍ରା, ଲାଇଭ ପ୍ରେକ୍ଷାଳୟରେ ଶିଶୁ କଳାକାରଙ୍କ ଶୋଷଣ ଉପରେ ଲାଗିଲା ରୋକ । ଶିଶୁ ଏବଂ କିଶୋର କିଶୋରୀମାନଙ୍କୁ ଆକର୍ଷିତ କରିବାର ଘଟଣା ଘଟୁଥିବା ଦର୍ଶାଇ ନୂଆ ନିୟମ ଲାଗୁ କଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ । ଏନେଇ ଏକ ଗାଇଡ଼ଲାଇନ ଜାରି କରିବା ସହ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରିଛନ୍ତି ଆୟୋଗର ଅଧ୍ୟକ୍ଷ ମନ୍ଦାକିନୀ କର । ନୂଆ ଅଧିନିୟମ ଏବଂ ନିୟମ ଅନୁଯାୟୀ ଏଣିକି ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ଲାଗିବ ରୋକ ।

ଶିଶୁ ଏବଂ କିଶୋର ଶ୍ରମ ଅଧିନିୟମ (ନିଷେଧାଦେଶ ଏବଂ ନିୟମାବଳୀ) ଅନୁଯାୟୀ ଶିଶୁ ମାନଙ୍କୁ ଯୌନ ଅପରାଧରୁ ରକ୍ଷା ତଥା ସେମାନଙ୍କ ସୁରକ୍ଷା ନିରାପତ୍ତା ଓ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ନିୟମ ଅନୁଯାୟୀ ଯେକୌଣସି ଟିଭି ତଥା ଚଳଚ୍ଚିତ୍ର ନିର୍ମାତା ବା ଯାତ୍ରା ପାର୍ଟିର ମାଲିକ ଆବଶ୍ୟକ କରୁଥିବା ଶିଶୁ କଳାକାରଙ୍କ ପାଇଁ ପ୍ରଥମେ ସେହି ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ନେବା ଆବଶ୍ୟକ ଯେଉଁଠାରେ ସେମାନେ ନିଶ୍ଚିତ ଭାବରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଫର୍ମ ସି (ଶିଶୁ ଶ୍ରମ (ନିଷେଧ ଏବଂ ନିୟମାବଳୀ) ସଂଶୋଧନ ନିୟମ, ୨୦୧୭ ଅନୁଯାୟୀ), ଶିଶୁ ଅଂଶଗ୍ରହଣକାରୀଙ୍କ ତାଲିକା, ପିତାମାତା କିମ୍ବା ଅଭିଭାବକଙ୍କ ସମ୍ମତି ଏବଂ ଶିଶୁର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ନାମ ପ୍ରଦାନ କରିବା ଆବଶ୍ୟକ ।

ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ) କୁ କର୍ମକ୍ଷେତ୍ର ଯାଞ୍ଚ ଏବଂ ନିର୍ମାତା, ଯାତ୍ରୀ ପାର୍ଟୀ କିମ୍ବା ଥିଏଟରକୁ ଅନୁମତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ସେହି ଅନୁଯାୟୀ ମାଲିକ ଅନୁମତି ପ୍ରଦାନ କରିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଡିସିପିୟୁକୁ ସଂପୃକ୍ତ ଶିଶୁ କଲ୍ୟାଣ କମିଟି ତଥା ଜିଲ୍ଲାର ଶ୍ରମ ଇନ୍ସପେକ୍ଟରଙ୍କୁ ଶିଶୁ କଳାକାର ଭାବରେ ନିୟୋଜିତ ପିଲାମାନଙ୍କର ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବେ । ପ୍ରାପ୍ତ ହୋଇଥିବା ଅନୁମତି ଛଅ ମାସ ପାଇଁ ବୈଧ ରହିବ । କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ତଥା ସୁରକ୍ଷା ନୀତି ଅନୁଯାୟୀ ଶିଶୁର ଶିକ୍ଷା, ସୁରକ୍ଷା, ନିରାପତ୍ତା, ଏବଂ ଶିଶୁ ନିର୍ଯାତନା ରିପୋର୍ଟ ପାଇଁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯିବା ଆବଶ୍ୟକ ବୋଲି ଏକ ଗାଇଡଲାଇନ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking