27.1 C
Bhubaneswar
Friday, July 5, 2024
Homeଓଡିଶାଆଜିଠୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ

ଆଜିଠୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ

ନୂଆଦିଲ୍ଲୀ : ଭାରତରେ ସିମ୍ କାର୍ଡ ନେଇ ନୂତନ ନିୟମ ଆଜି ଅର୍ଥାତ୍ ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହେଉଛି, ଯାହା ବ୍ୟବହାରକାରୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଜାଲ ସିମ୍ ବ୍ୟବହାର ରୋକିବା ପାଇଁ ନୂତନ ନିୟମ ଲାଗୁ କରି ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ପ୍ରଯୁଜ୍ୟ ନିୟମର ଉଦ୍ଦେଶ୍ୟ ହେଉଛି ମୋବାଇଲ୍ ବ୍ୟବହାରକାରୀଙ୍କୁ ସାଇବର ଅପରାଧୀଙ୍କ ଶିକାର ହେବାକୁ ରକ୍ଷା କରିବା ।

ଟେଲିକମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ଟିଆର୍‌ଏଆଇ ନିୟମାବଳୀ ଅଧୀନରେ ଏକ ପ୍ରମୁଖ ପରିବର୍ତ୍ତନ କରୁଛି । ଟିଆର୍‌ଏଆଇ ମୋବାଇଲ୍ ନମ୍ବର ପୋର୍ଟେବିଲିଟିର ନିୟମକୁ ପୂର୍ବ ଅପେକ୍ଷା ଅଧିକ କଠୋର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁଜର୍ସ ମାନେ ନିଜ ମୋବାଇଲ୍ ନମ୍ବରକୁ ଅନ୍ୟ କମ୍ପାନୀକୁ ସହଜରେ ପୋର୍ଟେବିଲିଟି କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ । ସିମ କାର୍ଡକୁ ଶୀଘ୍ର କରିପାରିବେନି ପୋର୍ଟେବିଲିଟି । ଏହାପୂର୍ବରୁ, ଯଦି ଜଣେ ୟୁଜର ନିଜର ସିମ୍ କାର୍ଡ ହଜାଇ ଦିଅନ୍ତି କିମ୍ବା ସେମାନଙ୍କ ସିମ ନଷ୍ଟ ହୋଇଯାଏ, ସେ ତୁରନ୍ତ ତାଙ୍କ ନମ୍ବରକୁ ଅନ୍ୟ ସିମ୍ କାର୍ଡକୁ ପୋର୍ଟେବିଲିଟି କରିପାରୁଥିଲେ ।

କିନ୍ତୁ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଯଦି ଜଣେ ୟୁଜର୍ସଙ୍କ ସିମ୍ କାର୍ଡ ଚୋରି ହୁଏ କିମ୍ବା ହଜିଯାଏ, ତେବେ ତାଙ୍କୁ ଏକ ନୂତନ ସିମ୍ କାର୍ଡ ପାଇବା ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ । ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ସିମ ସ୍ୱାପ୍ ଫ୍ରଡ୍ ରୋକିବା ଏବଂ ୟୁଜର୍ସଙ୍କ ସୁରକ୍ଷାକୁ ମଜବୁତ କରିବା । ପୂର୍ବରୁ, ଯଦି ସିମ୍ କାର୍ଡ ଚୋରି ହେଉଥିଲା ତେବେ ୟୁଜର ତାଙ୍କ ନମ୍ବରକୁ ଅନ୍ୟ ସିମ୍ କାର୍ଡରେ ପୋର୍ଟେବିଲିଟି କରିଦେଉଥିଲେ । କିମ୍ୱା ଟିଆର୍‌ଏଆଇର କପି ଦେବା ପରେ ବିନା ବିଳମ୍ବରେ ତୁରନ୍ତ ଏକ ନୂତନ ସିମ୍ କାର୍ଡ ପାଇପାରୁଥିଲେ । ଯାହା ପରେ ଏପରି ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ସିମ୍ କାର୍ଡ ଚୋରି ହେବା ପରେ ସମାନ ନମ୍ବର ଅନ୍ୟ କିଛି ସିମ୍ କାର୍ଡରେ ସକ୍ରିୟ ହୋଇଥିଲା । ଏହା ପରେ ଠକେଇ ଭଳି ଅନେକ ଘଟଣା ସାମ୍ନାକୁ ଆସିଲା । ଏଭଳି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଏହି ନୂତନ ନିୟମ ଲାଗୁ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking