ଭୁବନେଶ୍ୱର: ୨୪ରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ବଣ୍ଟନ କାର୍ଯ୍ୟକ୍ରମ ହେବ । ୫ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଯାବତ ପ୍ରାୟ ୨୫ ଲକ୍ଷ ଇ- କେୱାଇସି କରି ନାହାନ୍ତି । ଅଫିସରମାନେ ଫିଲ୍ଡକୁ ଯାଇ ଏନେଇ ଅନୁଧ୍ୟାନ କରିବେ ।