17.1 C
Bhubaneswar
Wednesday, December 10, 2025
Homeଓଡିଶାନଭେମ୍ବରରୁ ନୂଆ ରାସନ କାର୍ଡ, କାହାର କଟିବ-କାହାର ଆସିବ ସସପେନ୍ସ ଜାରି

ନଭେମ୍ବରରୁ ନୂଆ ରାସନ କାର୍ଡ, କାହାର କଟିବ-କାହାର ଆସିବ ସସପେନ୍ସ ଜାରି

ଭୁବନେଶ୍ବର: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ । ୧୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ବର୍ତ୍ତମାନ ଇ-କେଓ୍ବାଇସି ଚାଲିଥିବା ବେଳେ ପରେ ଜଣାପଡିବ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାସନ କାର୍ଡରେ ଇ-କେଓ୍ବାଇସି କରିବାର ଶେଷ ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ । ଶେଷ ଲୋକ ଇ-କେଓ୍ବାଇସି ନ କରିବା ପର‌୍ୟ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଏହା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟଙ୍କ ନାମ ରାସନ କାର୍ଡରୁ ହଟାଇ ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ନୂଆ ରାସନ କାର୍ଡ ପାଇଁ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଆବେଦନ କରିଛନ୍ତି । ୨୦୧୬-୨୦୧୭ରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ପ୍ରାୟ ୧୬ ଲକ୍ଷ ୨୭ ହଜାର ୯୨୦ଟି ରାସନ କାର୍ଡକୁ ଅଯୋଗ୍ୟ ଘୋଷଣା କରାଯାଇଛି । ସେଥିମଧ୍ୟରେ ଅନେକ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଥିଲା । ମୃତ ବ୍ୟକ୍ତିଙ୍କ ନାମରେ ଆସୁଥିବା ରାସନ ବାଟ ମାରଣା ହେଉଥିବା ଅଭିଯୋହ ହୋଇ ଆସୁଥିଲା । ବର୍ତ୍ତମାନ ରାସନ କାର୍ଡରେ ଆଧାର କାର୍ଡ ସଂଯୋଗ କରିବା ଦ୍ବାରା ଯୋଗ୍ୟ ହିତାଧିକାରୀ ବାଛି ହୋଇଯିବେ ଏବଂ ସେମାନଙ୍କୁ ନୂଆ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking