30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଜେଲେନସ୍କିଙ୍କ ପାଇଁ ନୂଆ ସମସ୍ୟା

ଜେଲେନସ୍କିଙ୍କ ପାଇଁ ନୂଆ ସମସ୍ୟା

କିଭ୍‌: ରୁଷ୍ ସହିତ ଗତ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧ ଯୋଗୁ ୟୁକ୍ରେନର ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି । ୟୁକ୍ରେନ୍ ଜନସାଧାରଣ ମଧ୍ୟ ଏହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଲେଣି । ତେବେ ଯୁଦ୍ଧ ଆରମ୍ଭ ସମୟରେ ଯେଉଁ ୟୁକ୍ରେନ୍‌ବାସୀ, ନିଜ ସରକାର ଏବଂ ସେନାକୁ ସମର୍ଥନ କରିବା ପୂର୍ବକ ଅସ୍ତ୍ର ଉଠାଇଥିଲେ ଏବଂ ରୁଷ୍ ସେନା ବିରୋଧରେ ଯୁଦ୍ଧ ଲଢ଼ୁଥିଲେ ଏବେ ସେହି ଜନସାଧାରଣ ଏକ ବିବାଦୀୟ ବିଲ୍‌କୁ ନେଇ ନିଜ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଉପରୁ ବିଶ୍ୱାସ ତୁଟାଇଦେଇଛନ୍ତି । ରିପୋର୍ଟ ଅନୁସାରେ ୟୁକ୍ରେନ୍‌ର ଲୋକମାନେ ଜେଲେନସ୍କିଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ୟୁକ୍ରେନ୍ ସଂସଦରେ ସଦ୍ୟତମ ପାରିତ ବିବାଦୀୟ ବିଲ୍ ବିରୋଧରେ ଜନସାଧାରଣ ପ୍ରତିବାଦ ଆରମ୍ଭ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଅନେକ ବଡ଼ ସହରରେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତି ଜେଲେନସ୍କିଙ୍କ ବିରୋଧରେ ପ୍ରତିବାଦ କରିବା ସହ ଜେଲେନସ୍କିଙ୍କୁ ୟୁକ୍ରେନୀୟ ସଂସଦ ଦ୍ୱାରା ଗୃହୀତ ଏକ ବିବାଦୀୟ ବିଲ୍ ଉପରେ ଭିଟୋ ପ୍ରୟୋଗ କରିବାକୁ ଦାବି କରିଛନ୍ତି । ଏହା ପରେ, ଜେଲେନସ୍କି ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି ।

ଏସବୁ ମଧ୍ୟରେ ୟୁକ୍ରେନ୍ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି । ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ଜେଲେନସ୍କିଙ୍କ ସରକାର ଦ୍ୱାରା ସମ୍ପ୍ରତି ଗୃହୀତ ବିଲ୍ ଜାତୀୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏନଏବିୟୁ) ଏବଂ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ପ୍ରସିକ୍ୟୁଟର ଅଫିସ (ଏସଏପିଓ)ର ସ୍ୱାଧୀନତାକୁ ବିପଦରେ ପକାଇପାରେ । ସରକାର ଦୁର୍ନୀତିକୁ ଲୁଚାଇବା ପାଇଁ ଏହି ଆଇନଗୁଡ଼ିକୁ ବ୍ୟବହାର କରିପାରିବେ । ନୂତନ ବ୍ୟବସ୍ଥା ଅନୁଯାୟୀ, ଏହି ଏଜେନ୍ସିଗୁଡ଼ିକ ଉପରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟର କବଜା ବୃଦ୍ଧି ପାଇବ, ଯାହା ସେମାନଙ୍କର ତଦନ୍ତ ପ୍ରକ୍ରିୟାର ନିରପେକ୍ଷତା ଏବଂ ସ୍ୱାଧୀନତାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ତେବେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଥମ ଥର ଯେ, ୟୁକ୍ରେନୀୟ ଜନସାଧାରଣ ତାଙ୍କ ବିରୁଦ୍ଧରେ ଏତେ ବଡ଼ ପ୍ରତିବାଦ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking