17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ପୂଜାସ୍ଥଳ ଅଧିନିୟମର ନୂଆ ଆବେଦନ: ସିଜେଆଇ ଖପ୍ପା

ସୁପ୍ରିମକୋର୍ଟରେ ପୂଜାସ୍ଥଳ ଅଧିନିୟମର ନୂଆ ଆବେଦନ: ସିଜେଆଇ ଖପ୍ପା

ନୂଆଦିଲ୍ଲୀ: ପୂଜା ସ୍ଥଳ ଆଇନ ୧୯୯୧ ସହିତ ଜଡିତ ପ୍ରସଙ୍ଗରେ ବାରମ୍ବାର ଫାଇଲ୍ ହେଉଥିବା ନୂତନ ଆବେଦନ ଉପରେ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ସୋମବାର ମୁଖ୍ୟ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜିବ ଖାନ୍ନା ଅସନ୍ତୋଷ ପ୍ରକାଶ କରି କହିଛନ୍ତି, “ଯଥେଷ୍ଟ ହେଲା, ଏଣିକି ଆଉ ନୁହେଁ। ଏହା ଶେଷ ହେବା ଉଚିତ୍‌।” ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସୋମବାର ଏଭଳି ଏକ ଆବେଦନ ଉପରେ ଶୁଣାଣି କରିବା ଅବସରରେ ସିଜେଆଇ ସ୍ପଷ୍ଟ କରିଛନ୍ତି ଯେ, ନୂତନ ଆବେଦନ ଉପରେ କୌଣସି ନୋଟିସ୍ ଜାରି କରାଯିବ ନାହିଁ କିମ୍ବା ସୁପ୍ରିମକୋର୍ଟ ଏସବୁ ଉପରେ ଆଉ ଶୁଣାଣି କରିବେ ନାହିଁ। ଏହି ଆଇନ ୧୫ ଅଗଷ୍ଟ, ୧୯୪୭ ଠାରୁ କୌଣସି ପୂଜାସ୍ଥଳର ଧାର୍ମିକ ସ୍ଥିତିରେ କୌଣସି ପରିବର୍ତ୍ତନକୁ ନିଷେଧ କରୁଛି।

ଶୁଣାଣି ସମୟରେ, ସିଜେଆଇ କହିଛନ୍ତି, ସେ ଗତ ଥର ନୂତନ ଆବେଦନ ଦାଖଲ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏପରି ହସ୍ତକ୍ଷେପର ଏକ ସୀମା ରହିବା ଆବଶ୍ୟକ। ନୂତନ ହସ୍ତକ୍ଷେପ ପାଇଁ ଆବେଦନକୁ ଅନୁମତି ଦିଆଯିବ, ଯଦି ଏହା କିଛି ଆଧାର ଭିତ୍ତିକ ହୋଇଥାଏ। ପୂର୍ବରୁ ସୁପ୍ରିମକୋର୍ଟ ଅତିରିକ୍ତ କାରଣ ସହିତ ହସ୍ତକ୍ଷେପ ଆବେଦନ ଦାଖଲ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଦାଖଲ ହୋଇଥିବା ନୂତନ ଆବେଦନ ଉପରେ ନୋଟିସ୍ ଜାରି କରିବାକୁ ଆଜି ସ୍ପଷ୍ଟ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ, ପୂଜା ସ୍ଥଳ ଅଧିନିୟମ ଆଇନ, ୧୯୯୧ ଅନୁଯାୟୀ, ୧୫ ଅଗଷ୍ଟ, ୧୯୯୧ ରେ ଥିବା ଧାର୍ମିକ ସ୍ଥିତିରୁ କୌଣସି ପୂଜା ସ୍ଥଳକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ତେବେ ଦେଶରେ ଭଙ୍ଗାଯାଇଥିବା ହିନ୍ଦୁ ମନ୍ଦିରଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ଆଇନଗତ ପ୍ରୟାସ ଦୃଷ୍ଟିରୁ ପୂଜା ସ୍ଥଳ ଅଧିନିୟମର ବୈଧତା ଉପରେ ଆବେଦନର ଶୁଣାଣି କରୁଥିବା ସମୟରେ ସୁପ୍ରିମକୋର୍ଟଙ୍କ ଏଭଳି କଡ଼ା ମନ୍ତବ୍ୟ ଆସିଛି।

୧୫ ଅଗଷ୍ଟ, ୧୯୪୭ରେ ଥିବା କୌଣସି ପୂଜାସ୍ଥଳର ଧାର୍ମିକ ସ୍ଥିତିରେ କୌଣସି ପରିବର୍ତ୍ତନକୁ ଅନୁମତି ନ ଦେବା ପାଇଁ ଏହି ଆଇନ ୧୯୯୧ ମସିହାରେ ପାସ୍ ହୋଇଥିଲା। ରାମ ଜନ୍ମଭୂମି ବିବାଦକୁ ଏଥିରୁ ବାହାରେ ରଖାଯାଇଥିଲା। ଆଇନର ବୈଧତା ଉପରେ ମୂଳ ଆବେଦନ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଏର କରାଯାଇଥିଲା, କିନ୍ତୁ ଗତ ବର୍ଷ କୋର୍ଟ ହିନ୍ଦୁ ପକ୍ଷଙ୍କ ଦ୍ୱାରା ୧୦ଟି ମସଜିଦକୁ ଫେରାଇ ଆଣିବା ପାଇଁ ଦାଏର ୧୮ଟି ମକଦ୍ଦମାର କାର୍ଯ୍ୟଧାରା ଉପରେ ସ୍ଥଗିତ ରଖିଥିଲେ ଏବଂ ମନ୍ଦିର-ମସଜିଦ ବିବାଦ ସହିତ ଜଡିତ ସମସ୍ତ ମାମଲାକୁ ଏକାଠି କରିଥିଲେ। ଏଥିରେ ଶାହି ଇଦ୍‌ଗା-କୃଷ୍ଣ ଜନ୍ମଭୂମି, କାଶୀ ବିଶ୍ୱନାଥ-ଜ୍ଞାନବାପି ମସଜିଦ ଏବଂ ସମ୍ଭଲ ମସଜିଦ ବିବାଦ ଅନ୍ତର୍ଭୁକ୍ତ। ପ୍ରକାଶ, ଅନେକ ବିରୋଧୀ ଦଳ ଏହି ଆଇନ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେତେବେଳେ ହିନ୍ଦୁ ଗୋଷ୍ଠୀ ଏବଂ ଦକ୍ଷିଣପନ୍ଥୀ ସଂଗଠନ ଏହାକୁ ବିରୋଧ କରିଥିଲେ। ଆଇନ ପାସ୍ ହେବା ସମୟରେ କ୍ଷମତାରେ ଥିବା କଂଗ୍ରେସ ଏବଂ ଅସଦୁଦ୍ଦିନ ଓୱାସିଙ୍କ ଏଆଇଏମଆଇଏମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ଦାବି କରିଥିଲେ, ଯେ ଅଧିନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking