21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଜାରି ହେଲା ନୂଆ ନିର୍ଦ୍ଦେଶ: ଶିକ୍ଷାନୁଷ୍ଠାନକୁ ମୋବାଇଲ ମନା

ଜାରି ହେଲା ନୂଆ ନିର୍ଦ୍ଦେଶ: ଶିକ୍ଷାନୁଷ୍ଠାନକୁ ମୋବାଇଲ ମନା

ଆଫଗାନିସ୍ତାନ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସରକାର ପ୍ରତିଦିନ ନୂଆନୂଆ ନିର୍ଦ୍ଦେଶ ଜାରି କରିବାରେ ଲାଗିଛନ୍ତି। ଏହିକ୍ରମରେ ଏବେ ତାଲିବାନ ସରକାର ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅର୍ଥାତ ଶିକ୍ଷାନୁଷ୍ଠାନକୁ କେହି ବି ସ୍ମାର୍ଟ ଫୋନ ନେଇପାରିବେ ନାହିଁ। ଏହା ଇସଲାମ ବିରୋଧୀ। ଏଥିସହ ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର ଦ୍ୱାରା ଏହା ପବିତ୍ରା ମଧ୍ୟ ନଷ୍ଟ ହେବ।

ତେଣୁ କେହି ବି ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ବୋଲି ତାଲିବାନ ସରକାର କହିଛନ୍ତି। ତାଲିବାନର ସର୍ବୋଚ୍ଚ ନେତା ଶେଖ୍ ହିବାତୁଲ୍ଲା ଅଖୁଣ୍ଡଜାଦା ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପୂର୍ବରୁ ତାଲିବାନ ସରକାର ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି ଯେଉଁଥିରେ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯାଇଛି।

ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ଉପରେ ମଧ୍ୟ ଏକାଧିକ କଟକଣା ଲଗାଇବାର ନିଜର ରହିଛି। ଜଣେ ମହିଳା ସର୍ବଦା ସର୍ବସାଧାରଣରେ ନିଜ ଶରୀରକୁ ଆଚ୍ଛାଦନ କରିବା ବାଧ୍ୟତାମୂଳକ କରାଯାଇଛି। ମହିଳାମାନଙ୍କ ପୋଷାକ ପତଳା, କିମ୍ବା ଛୋଟ ହୋଇପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking