19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଏପ୍ରିଲ ୧ରୁ ନୂଆ ଆୟକର ନିୟମ

ଏପ୍ରିଲ ୧ରୁ ନୂଆ ଆୟକର ନିୟମ

ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ଏପ୍ରିଲ ୧, ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ସାଧାରଣ ଲୋକ ଯେପରି ସରଳୀକୃତ ଫର୍ମ ପୂରଣ କରିପାରିବେ ସେଥିପାଇଁ ଏହାକୁ ପୁନଃ ଡିଜାଇନ୍ କରାଯାଇଛି । ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ । ଆଇଟିଆର ୧, ଆଇଟିଆର ୨ ଲୋକେ ଭରିପାରିବେ ରିଟର୍ଣ୍ଣ । ଏବେ ପାନ୍ ଜରିଆରେ ନିଜ ସମ୍ପତ୍ତି ବିକିପାରିବେ ଏନଆରଆଇ । ବିଦେଶ ପର୍ଯ୍ୟଟନ କାର୍ଯ୍ୟକ୍ରମ ଉପରେ ଟିକସ ୫ ପ୍ରତିଶତ ପରିବର୍ତ୍ତେ ୨ ପ୍ରତିଶତକୁ ହ୍ରାସ କରାଯାଇଛି । ଶିକ୍ଷା ଏବଂ ଚିକିତ୍ସା ଉଦ୍ଦେଶ୍ୟରେ ଟିକସ ୫ ପ୍ରତିଶତ ପରିବର୍ତ୍ତେ ୨ ପ୍ରତିଶତକୁ ହ୍ରାସ କରାଯାଇଛି । କର୍ମଚାରୀ ନିଯୁକ୍ତି ସେବା ଉପରେ ୧ ରୁ ୨ ପ୍ରତିଶତ ଟିକସ ଲାଗିବ । ବିଦେଶରେ ୨୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଅସ୍ଥାବର ସମ୍ପତ୍ତି ପ୍ରକାଶ କଲେ କୌଣସି ଦଣ୍ଡ ନାହିଁ ।

ପ୍ରତି ଜିଲ୍ଲାରେ ଖୋଲିବ ଛାତ୍ରାବାସ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking