17.1 C
Bhubaneswar
Saturday, February 14, 2026
Homeଓଡିଶା୧୦ ପୌର ସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ନିଯୁକ୍ତି

୧୦ ପୌର ସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୧୦ଟି ପୌର ସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ଏ ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..
୧) ଓଏଏସ୍ ଅଫିସର ସୁଶାନ୍ତ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଂଟ ଅଫିସର ଭାବେ ବଦଳି ହୋଇଛି ।
୨) କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଫିସର ଶ୍ୱେତପଦ୍ମା ଧଳଙ୍କୁ ଯୋଡ଼ା ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଫିସର ଭାବେ ବଦଳି କରାଯାଇଛି । ୩) ଯୋଡ଼ାରେ ଥିବା ଉମେଶ ଚନ୍ଦ୍ର ସାହୁଙ୍କୁ ଅତାବିରା ଏନଏସି କାର୍ଯ୍ୟନିର୍ବାହୀ ଅଫିସର ଭାବେ ଅବସ୍ଥାପିତ କରାଯାଇଛି ।
୪) ନୀଳଗିରି ଏନଏସି କାର୍ଯ୍ୟନିର୍ବାହୀ ଅଫିସର ପ୍ରସନ୍ନ କୁମାର ଦାଶଙ୍କୁ ଛତ୍ରପୁର ଏନଏସିକୁ ବଦଳି ହୋଇଥିବାବେଳେ ସେଠାରେ ଥିବା କାର୍ଯ୍ୟନିର୍ବାହୀ ଅଫିସର ୟାସିର ବିଲାଲ ଅହମ୍ମଦଙ୍କୁ ଛ୍ରତପୁର ଏନଏସି ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
୫) ପ୍ରମୋଦ କୁମାର ପାଢ଼ୀଙ୍କୁ ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଫିସର,
୬) ଜଗନ୍ନାଥ ବେହେରାଙ୍କୁ ଚମ୍ପୁଆ ଏନଏସି
୭) ମାନସ ରଞ୍ଜନ ମଲ୍ଲିକଙ୍କୁ ଝାରସୁୁଗୁଡ଼ା ମ୍ୟୁନିସପାଲଟି
୮) ଅରକ୍ଷିତି ଗୋଏଙ୍କାଙ୍କୁ କୋଣାର୍କ ଏନଏସି
୯) ଅନିରୁଦ୍ଧ ପ୍ରଧାନଙ୍କୁ ବିଜେପୁର ଏନଏସି
୧୦)ସମରେଶ ମହାନ୍ତିଙ୍କୁ ନବରଙ୍ଗପୁର ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଫିସର ଭାବେ ବଦଳି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking