ଭୁବନେଶ୍ୱର : ଆଜି ଆସିବ ରାଜ୍ୟରେ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ଘୋଷଣା ହେବ ନୂଆ ବିଦ୍ୟୁତ ଶୁଳ୍କ । ଅପରାହ୍ନରେ ନୂଆ ବିଦ୍ୟୁତ ଟାରିଫ ଘୋଷଣା କରିବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ଏଥିପାଇଁ ଫେବୃଆରୀ ୧୭ ତାରିଖରୁ ବିଭିନ୍ନ ପକ୍ଷରୁ ଶୁଣାଣି ଆରମ୍ଭ କରିଥିଲା ଓଇଆରସି । ପକ୍ଷମାନଙ୍କ ଶୁଣାଣି ପରେ ଆଜି ନୂଆ ବିଦ୍ୟୁତ ଶୁଳ୍କ ନେଇ ଓଇଆରସି ନିଜ ରାୟ ପ୍ରକାଶ କରିବ ବୋଲି ସୂଚନା ଦେଇଛନ୍ତି ଓଇଆରସି ଉପନିର୍ଦ୍ଦେଶକ ସଞ୍ଜୟ ରାଉତ ।