28.1 C
Bhubaneswar
Tuesday, July 2, 2024
Homeଓଡିଶାଜୁଲାଇ ପହିଲାରୁ ହଟିବ ବ୍ରିଟିଶ ଆଇନ, ମିଳିବ ଏହି ସବୁ ସୁବିଧା....

ଜୁଲାଇ ପହିଲାରୁ ହଟିବ ବ୍ରିଟିଶ ଆଇନ, ମିଳିବ ଏହି ସବୁ ସୁବିଧା….

ଭୁବନେଶ୍ବର: ଜୁଲାଇ ପହିଲାରୁ ହଟିବ ବ୍ରିଟିଶ ଆଇନ । ସାରା ଦେଶରେ ଲାଗୁ ହେବ ନୂଆ ଆଇନ । ଦୋଷ ଥିଲେ ହେବ କଠୋର ଦଣ୍ଡ, ବିନା ଦୋଷରେ ଏସବୁ ଧାଁ ଧପଡରୁ ମିଳିବ ମୁକ୍ତି । ଅର୍ଥାତ୍ ଅଯଥା ପୋଲିସ କେସ ଓ ଗିରଫଦାରୀ ଭଳି ସ୍ଥିତିରୁ କ୍ଷାନ୍ତ ମିଳିବ । କାହାରିକୁ ବିନା ଦୋଷରେ ପୋଲିସ କରିପାରିବନି ହଇରାଣ ହରକତ । କାରଣ ନୂଆ ଆଇନରେ ଏଭଳି କିଛି ପରିବର୍ତ୍ତନ ଆଣିଛନ୍ତି ସରକାର, ଯାହା ଆସନ୍ତା ମାସ ପହିଲାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ।

ନୂଆ ଅପରାଧିକ ଆଇନ ସମ୍ପର୍କିତ ଏକ କର୍ମାଶାଳାରେ ଅଗ୍ନିଶମ ଡିଜି ତଥା ପୂର୍ବତନ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ଯୋଗଦେଇ କହିଛନ୍ତି ଯେ, ବ୍ରିଟିଶ ଆଇନକୁ ଭଙ୍ଗାଯାଇ ଆମ ଅସ୍ମିତା ଢାଞ୍ଚାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷୀ ଅଧିନିୟମ ଭଳି ଆଇନ ଲାଗୁ ହୋଇ ପୁରୁଣା ଆଇନରେ ଆସିଛି ପରିବର୍ତ୍ତନ । ତେବେ ନୂଆ ଆଇନରେ ଲୋକଙ୍କ ପାଇଁ କ’ଣ ରହିଛି ଆଇନର ଦିଗ, ଜାଣନ୍ତୁନ୍ୟାୟ ପାଇଁ ଦୀର୍ଘ ଦିନ ଅନେଇବାକୁ ପଡିବନି ଆଉ ମିଳିବନି ତାରିଖ ପରେ ତାରିଖ । ୪୫ ଦିନ ମଧ୍ୟରେ ଆପଣଙ୍କ କେସର ଶୁଣାଣି ସରିବ । ୩ ବର୍ଷରେ ଆପଣଙ୍କ ସମସ୍ୟାର ନ୍ୟାୟ ମିଳିଯିବ ।

ଏଥିପାଇଁ ସବୁ ସ୍ତରରେ ଏହାକୁ ବ୍ୟବସ୍ଥିତ କରାଯାଇଛି । ଅଭିଯୋଗ କରିବାର ତିନି ଦିନରେ ଏଫ୍‌ଆଇଆର୍‌ ରୁଜୁ ହେବ । ଦୁଷ୍କର୍ମ ବା ଅସଦାଚରଣ ଭଳି ଘଟଣାର ୭ ଦିନ ଭିତରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ ହେବ । ନୂଆ ଆଇନରେ ଏଥର ଇ-ସମନକୁ ଗୁରୁତ୍ବ ଦିଆଯାଇଛି । ଅର୍ଥାତ୍ ଅନଲାଇନରେ ଇମେଲ ବା ହ୍ବାଟ୍ସଆପ ଯୋଗେ ଏଥର ଆସିବ ସମନ ବା କୋର୍ଟ କଚେରୀରୁ ଚିଠି । ଏହି ପ୍ରକ୍ରିୟାରେ ଆଉ ଡାକ ଜରିଆରେ ବିଳମ୍ବରେ ସମନ ପହଞ୍ଚିବା ସମସ୍ୟା ରହିବ ନାହିଁ । ଯେକୌଣସି ବ୍ୟକ୍ତି ସହଜରେ କିଛି କେସ ବା ସେ ସଂକ୍ରାନ୍ତୀୟ ସମସ୍ୟା ଥିଲେ ଫୋନ ଯୋଗେ ଅବା ଅନଲାଇନ ଜରିଆରେ ଜାଣିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking