17.1 C
Bhubaneswar
Saturday, January 17, 2026
Homeଓଡିଶାବ୍ୟାସନଗର ବାର ଆସୋସିଏସନ ଆନୁକୂଲ୍ୟରେ ନୂଆ ଅପରାଧୀକ ଆଇନ କର୍ମଶାଳା, ବିଚାର ବ୍ୟବସ୍ଥାରେ ଡିଜିଟାଲକୁ ଗୁରୁତ୍ୱ, ମୁଖ୍ୟ...

ବ୍ୟାସନଗର ବାର ଆସୋସିଏସନ ଆନୁକୂଲ୍ୟରେ ନୂଆ ଅପରାଧୀକ ଆଇନ କର୍ମଶାଳା, ବିଚାର ବ୍ୟବସ୍ଥାରେ ଡିଜିଟାଲକୁ ଗୁରୁତ୍ୱ, ମୁଖ୍ୟ ବକ୍ତା 

ଯାଜପୁର : ବ୍ୟାସନଗର ବାର ଆସୋସିଏସନ ପକ୍ଷରୁ “ନୂଆ ଅପରାଧୀକ ଆଇନ କର୍ମଶାଳା” ସହର ସ୍ଥିତ ଏକ ହୋଟେଲ ସଭାଗୃହରେ ଶନିବାର ସାନ୍ଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଦେଶରେ ବିଚାର ବିଭାଗୀୟ  କ୍ଷେତ୍ରରେ ଚାଲି ଆସୁଥିବା ବ୍ରିଟିଶ ସମୟର  ଆଇନ ବ୍ୟବସ୍ଥାର ସରକାରୀ ସ୍ତରରେ ପରିବର୍ତ୍ତନ ଅଣାଯାଇ ନୂତନ ଆଇନ ବ୍ୟବସ୍ଥାର ପ୍ରଚଳନ କରଯାଇଛି | ଯେପରିକି ଆଇ ପି ସି, ସି ଆର ପି ସି ଓ ଏବିଡିଏନ୍ସ ଭଳି ୩ଟି ଆଇନର ପରିବର୍ତ୍ତନ କରାଯାଇ ବି ଏନ ଏସ (ଭାରତୀୟ ନ୍ୟାୟ ସଂହିତା), ବି ଏନ ଏସ ଏସ(ଭାରତୀୟ ନାଗରିକ ସୁରକ୍ଷା ସଂହିତା) ଓ ବି ଏସ (ଭାରତୀୟ ସାକ୍ଷ) ଭଳି ନାମକରଣ କରାଯାଇଛି |ବିଚାର ବିଭାଗୀୟ ବ୍ୟବସ୍ଥାର ସ୍ୱଛତା ଓ ଉପଯୁକ୍ତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ  ଆଇନରେ ବ୍ୟାପକ ପରିବର୍ତ୍ତନ କରାଯାଇ ନୂତନ ଭାବେ ନ୍ୟାୟ ବ୍ୟବସ୍ଥାରେ ଏହାର ପ୍ରଚଳନ କରାଯାଇଛି | ସମାଜିକ ଚଳଣି, ନୂଆ ଅପରାଧୀକ କାର୍ଯ୍ୟ ବିଶେଷ କରି ଦିନକୁ ଦିନ ବୃଦ୍ଧି ପାଉଥିବା ଡିଜିଟାଲ ଅପରାଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଆଇନ ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିଥିବା ବକ୍ତବ୍ୟରେ ପ୍ରକାଶ ପାଇଥିଲା | ଏହାକୁ ଆଇନଜୀବୀ ଓ ସାଧାରଣ ଜନତା ମାନେ ଜାଣିବାର ଆବଶ୍ୟକତା ରହିଛି | ଏହି ନୂଆ ଆଇନ ବ୍ୟବସ୍ଥାକୁ ବିଚାର ବିଭାଗୀୟ କ୍ଷେତରେ ବ୍ୟବହାର କରାଯାଇ କିଭଳି ଶୀଘ୍ର ନ୍ୟାୟ ପ୍ରଦାନ କରାଯାଇ ପାରିବ ସେ ନେଇ ବକ୍ତା ମାନେ ଦିଗଦର୍ଶନ ପ୍ରଦାନ କରିଥିଲେ | ବ୍ୟାସନଗର ଓକିଲ ସଙ୍ଘର ଏଭଳି ପଦକ୍ଷେପକୁ ଅତିଥିମାନେ ପ୍ରଶଂସା କରିଥିଲେ | ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଅକ୍ଷୟ କୁମାର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟବକ୍ତା ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ସମ୍ମାନିତ ଅତିଥିଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଏବଂ ଓଡିଶା ବାରର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥି
ବ୍ୟାସନଗର ବାରର ସଭାପତି ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଆଇନଜୀବୀ ନାରାୟଣ ପ୍ରସାଦ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବାରର ଉପାଧ୍ୟକ୍ଷ ରାଜୀବ ଲୋଚନ ମହାନ୍ତି, ଯାଜପୁରରୋଡ଼ ଟାକ୍ସ ବାରର ସଭାପତି ବିବେକାନନ୍ଦ ମହାନ୍ତି, ଆଇନଜୀବୀ ଜିତେନ୍ଦ୍ର କୁମାର ପ୍ରତିହାରୀ, ଅମୀୟ ରଞ୍ଜନ ଘଡ଼ାଇ, ରାମଚନ୍ଦ୍ର ପହି, ଜଗନ୍ନାଥ ପ୍ରସାଦ ପତି, ସୁବାଷ ବଳ ସାମନ୍ତ, ପ୍ରଦୀପ କୁମାର ସ୍ୱାଇଁ, ଅଚ୍ୟୁତାନନ୍ଦ ଦାସ, ଧନେଶ୍ୱର ବାରିକ, ଅଭିରାମ ସ୍ୱାଇଁ, ଭରତ ଚନ୍ଦ୍ର ମହାପାତ୍ର, ପ୍ରଭାତୀ ସାହୁ, ସୁଜିତ କୁମାର ଜେନା, ଆରତୀ ମହାନ୍ତି, ତୃପ୍ତିଲତା ଥମ୍ବା ସାମନ୍ତ, ସୁଦୀପ୍ତ ଜେନା,ଅରୁନ୍ଧତୀ ମହାପାତ୍ର,ବିରଜା ପ୍ରସାଦ ହାଲଦାର, ଯାଜପୁରରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ବାରର ବୋହୁ ସଦସ୍ୟ ଉପସ୍ଥିତ ଥିଲେ | ପରି ଶେଷରେ ଉପସଭାପତି କିଶୋର ଚନ୍ଦ୍ର ସେନାପତି ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking