ଭୁବନେଶ୍ୱର : ସିପି ଦାୟିତ୍ୱ ନେଲା ପରେ ଦେବଦତ୍ତ ସିଂହଙ୍କ ପ୍ରତିକ୍ରିୟା । ପୋଲିସ ଏକା ସାଙ୍ଗରେ କଠୋର ଓ ନରମ ଆଭିମୁଖ୍ୟ ନେବ କହିଲେ । ଅପରାଧୀଙ୍କ ପ୍ରତି କଠୋର, ଲୋକଙ୍କ ପ୍ରତି ନରମ ମନୋଭାବ । ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବୁ । ଆଇନ ପରିସରରେ ରହି ଯଥା ସମ୍ଭବ ନ୍ୟାୟ ଦିଆଯିବ । ଆମ ପାଖକୁ ଯିଏ ଆସିବ ତାଙ୍କ ପ୍ରତି ନରମ ଭାବେ କଥା ହେବ ପୋଲିସ । ସମାନ ଢଙ୍ଗରେ ଅପରାଧୀଙ୍କ ପ୍ରତି ବି କଠୋର ହେବ ପୋଲିସ । ଲୋକଙ୍କୁ ଅସୁବିଧାରେ ପକାଉଥିବା ତତ୍ତ୍ୱଙ୍କ ପ୍ରତି କଠୋର ହେବୁ । ସାଧାରଣ ଲୋକଙ୍କୁ ସମ୍ବେଦନଶୀଳ ପୋଲିସିଂ ହେବୁ ।