ଭୁବନେଶ୍ୱର : ଆସନ୍ତା ମାସରେ ରାଜ୍ୟ ଦେଖିବ ନୂଆ ବିଜେପି ସଭାପତି । ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଦେଇଛନ୍ତି ବଡ଼ ବୟାନ । ଫେବ୍ରୁଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଏନେଇ ଆଲୋଚନା କରିଛନ୍ତି । ତେବେ ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ଏହାସହ ବାକି ୧୪ ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ।