29.1 C
Bhubaneswar
Sunday, March 16, 2025
Homeଓଡିଶାଯାଜପୁରରେ ଦୋଳ ପୂର୍ଣ୍ଣିମା ଅବସରରେ ନୂତନ ବିରଜା ପାଞ୍ଜି

ଯାଜପୁରରେ ଦୋଳ ପୂର୍ଣ୍ଣିମା ଅବସରରେ ନୂତନ ବିରଜା ପାଞ୍ଜି

ଯାଜପୁର: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଓ ପାଞ୍ଜି ପଠନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷ ଗୋବିନ୍ଦ ଚନ୍ଦ୍ର ମହରଣ୍ୟଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ମାଙ୍କ ବିଜେ ପ୍ରତିମାକୁ ପାରମ୍ପାରିକ ରିତିନୀତି ନିୟମ ଅନୁସାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମାଙ୍କ ବରିଷ୍ଠ ପୁରୋଧା ଗ୍ୟାନ ରଂଜନ ପତିଙ୍କ ତତ୍ୱାବଧାନରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତ୍ୟିଷ ନୂତନ ପଞ୍ଜିକା ପାଠଥିଲେ । ଏଥି ସହ ମାଙ୍କ ବିଜେ ପ୍ରତିମାକୁ ଦୋଳ ମଣ୍ଡପରେ ଝୁଲା ଯିବା ସହ ଅଭିର ଖେଳ ହୋଇଥିଲା । ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ବିରଜା ପଞ୍ଜିକା ଜନସାଧାରଣଙ୍କ ପାଇଁ ଚଳିତ ବର୍ଷ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯିବ । ଏହି ପଞ୍ଜିକାରେ ମାଙ୍କ ବର୍ଷକର ରିତିନୀତି ପୂଜାର୍ଚ୍ଚନାର ସମୟ ନିର୍ଘଣ୍ଟ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking