31.1 C
Bhubaneswar
Tuesday, March 24, 2026
Homeଓଡିଶାକୌଣସି ପରିସ୍ଥିତିରେ ଶିକ୍ଷକର ମୌଳିକ କର୍ତ୍ତବ୍ୟକୁ କଦାପି ଭୁଲିବେ ନାହିଁ - ମୁଖ୍ୟମନ୍ତ୍ରୀ

କୌଣସି ପରିସ୍ଥିତିରେ ଶିକ୍ଷକର ମୌଳିକ କର୍ତ୍ତବ୍ୟକୁ କଦାପି ଭୁଲିବେ ନାହିଁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି।
ସଂଘ ପକ୍ଷରୁ ଗୁରୁ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କନିଷ୍ଠ ଶିକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ଏହି ନିଷ୍ପତ୍ତି ସହିତ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହେବା ସହିତ ସେମାନଙ୍କୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ ।ଜୀବନରେ ଅନେକ ସମସ୍ୟା ଆସିବ, କିନ୍ତୁ ସମସ୍ତ ସମସ୍ୟାକୁ ସୁଯୋଗରେ ପରିଣତ କରି ଆଗକୁ ବଢିବା ପାଇଁ ଏବଂ ଜଣେ ଶିକ୍ଷକର ମୌଳିକ କର୍ତ୍ତବ୍ୟକୁ କଦାପି ଭୁଲିଯିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking