21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଇରାନର ଜନତାଙ୍କୁ ନେତନ୍ୟାହୁଙ୍କ ଅପିଲ : ଏକଛତ୍ରବାଦୀଙ୍କ ହେବ ମୂଳୋତ୍ପାଟନ

ଇରାନର ଜନତାଙ୍କୁ ନେତନ୍ୟାହୁଙ୍କ ଅପିଲ : ଏକଛତ୍ରବାଦୀଙ୍କ ହେବ ମୂଳୋତ୍ପାଟନ

ନୂଆଦିଲ୍ଳୀ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ପଦଧ୍ବନୀ। ୧୩ ଜୁନ୍‌ରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ଏହି ସଙ୍କେତ ଦେଉଛି। ଇରାନର ସାମରିକ ଓ ପରମାଣୁ ଠିକଣା ଉପରେ ଇସ୍ରାଏଲର ଜୋରଦାର ହମଲା ଏହି ଥାର ସଙ୍କେତ ଦେଇଛି। ଇରାନର ସେନା ଓ ପରମାଣୁ ଆଡ୍ଡା ଉପରେ ଇସ୍ରାଏଲ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଇରାନ ମଧ୍ୟ ଏହାର ଜବାବ୍‌ରେ ଇସ୍ରାଏଲର ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ଏସବୁ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ପିଏମ୍‌ ନେତନ୍ୟାହୁ ଇରାନର ଲୋକଙ୍କୁ ଖାମନେଇଙ୍କ ଶାସନର ମୂଳୋତ୍ପାଟନ କରିବାକୁ କହିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଲଢେଇ ଇରାନ ସହ ନୁହେଁ। ବଂର ଇରାନର ତଥାକଥିତ ସରକାରଙ୍କ ବିରୋଧରେ ରହିଛି, ଯିଏକି ଜଣେ ଏକଛତ୍ରବାଦୀ ନେତା। ଆଶା କରୁଛୁ ଇସ୍ରାଏଲର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଆପଣଙ୍କ ସ୍ବାଧୀନତାର ବାଟ ସଫା କରିବ। ବର୍ତ୍ତମା ଖରାପ ଓ ଦମନକାରୀ ଶାସନ ବିରୋଧରେ ଇରାନର ଲୋକ ଏକଜୁଟ ହେବା ଉଚିତ୍। ଇରାନ ସରକାର ଆପଣଙ୍କୁ ୫୦ ବର୍ଷ ପର୍ଯ୍ୟନ୍ତ ନିର୍ଯାତନା ଦେଇଛନ୍ତି।

ସେ ଆପଣଙ୍କ ଦେଶକୁ ଧ୍ବଂସ କରିଛନ୍ତି। ଆମ ଲଢେଇ ଏକଛତ୍ରବାଦୀ ନେତାଙ୍କ ବିରୋଧରେ, ଯିଏକି ୪୬ ବର୍ଷ ହେବ ଲୋକଙ୍କୁ ଦବାଇକି ରଖିଛନ୍ତି। ଇରାନର ଜନତାଙ୍କୁ ଏକ ନୂତନ କ୍ରାନ୍ତି ପାଇଁ ନେତନ୍ୟାହୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଅପରେସନ୍‌ର ଉଦେଶ୍ୟ ବର୍ତ୍ତମାନର ଇରାନ ସରକାରଙ୍କ ପରମାଣୁ ଓ ବାଲାଷ୍ଟିକ୍ ମିସାଇଲ ପୋଗ୍ରାମକୁ ମୂଳରୁ ବନ୍ଦ କରିବା। ଯେତେବେଳେ ଆମର ଉଦେଶ୍ୟ ପୂରଣ ହୋଇଯିବ, ଆପଣଙ୍କ ସ୍ବାଧିନତାର ବାଟ ସଫା ହୋଇଯିବ। ନେତନ୍ୟାହୁଙ୍କ ଏହି କଥା ଶୁଣିବା ପରେ ଖାମନେଇ ଖୁବ୍ ରାଗି ଯାଇଛନ୍ତି। ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲାହ ଅଲ୍ଲୀ ଖାମନେଇ କହିଛନ୍ତି, ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଛି। ଏବେ ଇସ୍ରାଏଲ ଏହି ଯୁଦ୍ଧରୁ ବାହାରି ପାରିବନି। ଇସ୍ରାଏଲକୁ ଏହା ଭାବିବା ଦରକାର ଯେ, ଆକ୍ରମଣ ପରେ ଏହା ଶେଷ ହୋଇ ଯିବ। ଇସ୍ରାଏଲ ଏହାକୁ ଆରମ୍ଭ କରିଛି। ଏହି ଆକ୍ରମଣ ଯୁଦ୍ଧର ଆରମ୍ଭ। ଆମେ ତାଙ୍କ ଦ୍ବାରା କରାଯାଇଥିବା ଏହି ଆକ୍ରମଣର ପ୍ରତିଶୋଧ ନେବୁ। ଏହି ଅପରାଧ ସହ ଇସ୍ରାଏଲ ନିଜର ଖରାପ ଭାଗ୍ୟ ଲେଖି ଦେହଇଛି। ତାକୁ ନିଶ୍ଚିତ ଭାବରେ ଏହାର ସାମନା କରିବାକୁ ପଡିବ। ଆମେ ଇସ୍ରାଏଲକୁ ବରବାଦ କରିଦେବୁ। ତା ପାଇଁ ନର୍କର ଦ୍ବାର ଖୋଲିଦେବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking