15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଇରାନ୍‌ର ହିଟ୍ ଲିଷ୍ଟ୍‌ର ଶୀର୍ଷରେ ନେତାନ୍ୟାହୁ; ଇସ୍ରାଏଲର ୧୧ ନେତାଙ୍କୁ ହତ୍ୟା ଧମକ

ଇରାନ୍‌ର ହିଟ୍ ଲିଷ୍ଟ୍‌ର ଶୀର୍ଷରେ ନେତାନ୍ୟାହୁ; ଇସ୍ରାଏଲର ୧୧ ନେତାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଇରାନ୍ ପକ୍ଷରୁ ଏକ ହିଟ୍ ଲିଷ୍ଟ୍ ଜାରି କରାଯାଇଛି । ଏଥିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ସେନାମୁଖ୍ୟ ହର୍ଜୀ ହାଲେଭିଙ୍କ ସମେତ ମୋଟ୍ ୧୧ଜଣଙ୍କ ନାମକୁ ତାଲିକାଭୁକ୍ତ କରାଯାଇଛି । ଏହି ତାଲିକା ହିବ୍ରୁ ଏବଂ ଇଂରାଜୀ ଭାଷାରେ ପ୍ରକାଶ ପାଇଛି, ଯେଉଁଥିରେ ଫଟୋ ସହିତ ୧୧ ଜଣଙ୍କ ନାମ ରହିଛି । ସବୁଠୁ ବଡ଼କଥା ହେଉଛି ଇରାନ୍ ସରକାର ଏହି ୧୧ଜଣଙ୍କୁ ଇସ୍ରାଏଲୀୟ ଆତଙ୍କବାଦୀ ଭାବେ ଅଭିହିତ କରିଥିବା ବେଳେ ଏମାନଙ୍କୁ ଶେଷ କରିଦେବା ଉଦ୍ଦେଶ୍ୟରେ ଏହି ତାଲିକା ପ୍ରକାଶ କରୁଥିବା ଦର୍ଶାଇଛି । ତେବେ ଇରାନ୍‌ର ଏପ୍ରକାର ପଦକ୍ଷେପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ବଢାଇପାରେ ବୋଲି ଅନୁମାନ କରାଯାଉଛି । ଇରାନ୍‌ର ଏହି ୧୧ଜଣିଆ ତାଲିକାରେ ଇସ୍ରାଏଲ୍ ବାୟୁସେନାର କମାଣ୍ଡର ଟୋମର ବାର୍‌, ନୌସେନାର କମାଣ୍ଡର ସାର ସଲାମା, ସ୍ଥଳସେନା ମୁଖ୍ୟ ତାମିର ଯାଦାଇ, ଜେନେରାଲ୍ ଷ୍ଟାଫ୍ ଡେପୁଟି ଚିଫ୍ ଆମୀର ବାରାମ, ମିଲିଟାରୀ ଇଣ୍ଟେଲିଜେନ୍ସର ମୁଖ୍ୟ ଆହାରନ୍ ହାଲିଭା, ନର୍ଥ କମାଣ୍ଡର ମୁଖ୍ୟ ଓରି ଗର୍ଡିନ, ସେଣ୍ଟ୍ରାଲ୍ କମାଣ୍ଡର ମୁଖ୍ୟ ୟେହୁଦା ଫକ୍ସ, ସାଉଥ୍ କମାଣ୍ଡର ମୁଖ୍ୟ ଏଲିଜେର୍ ଟୋଲେଡାନୋ ପ୍ରମୁଖଙ୍କ ନାମ ରହିଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଇରାନର ଗୁପ୍ତଚର ମନ୍ତ୍ରଣାଳୟ ହିବ୍ରୁ ଭାଷାରେ ଏକ ଧମକ ଦେଇଛି ଯେ ସେମାନେ ଖୁବଶୀଘ୍ର ଇସ୍ରାଏଲର ସୁରକ୍ଷା ପ୍ରତିଷ୍ଠାନର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ୍ ୧୧ଜଣଙ୍କୁ ଶେଷ କରିଦେବେ । ଇରାନ୍‌ର ଏପ୍ରକାର ପ୍ରତିଶୋଧ ତଥା ଆକ୍ରାମକ ମନୋଭାବ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲୀୟ ଆକ୍ରମଣରେ ହିଜବୁଲ୍ଲା ଉଗ୍ରାବଦୀ ସଂଗଠନ ମୁଖ୍ୟ ହସନ୍ ନସରଲ୍ଲାର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ଇରାନ୍‌, ପକ୍ଷରୁ ଇସ୍ରାଏଲ ଉପରେ ପ୍ରାୟ ୪୦୦କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଏଥିମଧ୍ୟରୁ ଅନେକ କ୍ଷେପଣାସ୍ତ୍ରକୁ ଇସ୍ରାଏଲ୍ ସେନା ନିଜ ଆଣ୍ଟି ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ଜରିଆରେ ଆକାଶମାର୍ଗରେ ହିଁ ଖସାଇଦେଇଥିଲା । ତେବେ କିଛି କ୍ଷେପଣାସ୍ତ୍ର ଇସ୍ରାଏଲର ସହରଗୁଡିକ ଉପରେ ପଡିଥିବା ନିଜେ ଇସ୍ରାଏଲ୍ ମଧ୍ୟ ସ୍ୱୀକାର କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ଉତ୍ତର ଏବଂ ଦକ୍ଷିଣ ଭାଗରେ ହାଇ ଆଲର୍ଟ ଜାରି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking