30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ

ବଡ଼ ଆକ୍ରମଣର ଧମକ ଦେଲେ ନେତାନ୍ୟାହୁ

ତେଲ୍‌ : ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ରବିବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ସ୍ଥିତ ଦେଶର ସର୍ବବୃହତ୍‌ ବିମାନବନ୍ଦରରେ ମିଶାଇଲ ମାଡ଼ କରିଛନ୍ତି। ଏହାର ଜବାବରେ ହୁଟି ବିରୋଧରେ ବଡ଼ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସଂକଳ୍ପ ନେଇଛନ୍ତି। ପୂର୍ବରୁ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ।

ଏଥର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଗାଜାର ପାଲେଷ୍ଟିନୀୟମାନଙ୍କ ସମର୍ଥନରେ ହୁଟି ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ମିଶାଇଲ ଆକ୍ରମଣ କରୁଛନ୍ତି। ରବିବାର ସକାଳେ ତେଲ୍‌ ଆଭିଭ୍‌ର ବେନ୍‌ ଗୁରିଅନ୍‌ ଏୟାରପୋର୍ଟ ନିକଟରେ ହୋଇଥିବା ମିଶାଇଲ ମାଡ଼ରେ ୨୫ ଫୁଟ୍‌ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମିଶାଇଲ ମାଡ଼ରେ କେତେଜଣ ଆହତ ହୋଇଥାଇପାରନ୍ତି ବୋଲି କୁହାଯାଉଛି। ଗାଜାରେ ୨ ମାସର ଅସ୍ତ୍ରବିରତି ପରେ ମାର୍ଚ୍ଚରୁ ପୁଣିଥରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ସାମରିକ କାର୍ଯ୍ୟାନୁଷ୍ଠାନ ବଢ଼ାଇବା ପାଇଁ ଇସ୍ରାଏଲ୍‌ର ମନ୍ତ୍ରୀମାନେ ଏକ ଯୋଜନାକୁ ଅନୁମୋଦନ କରିବାକୁ ଯାଉଥିବାବେଳେ ହୁଟି ପକ୍ଷରୁ ମିଶାଇଲ ଆକ୍ରମଣ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking