23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଗାଜା ଚୁକ୍ତିକୁ ହମାସ ମାନୁନଥିବା ଅଭିଯୋଗ ଆଣିଲେ ନେତାନ୍ୟାହୁ

ଗାଜା ଚୁକ୍ତିକୁ ହମାସ ମାନୁନଥିବା ଅଭିଯୋଗ ଆଣିଲେ ନେତାନ୍ୟାହୁ

ଜେରୁଜେଲମ୍‌: ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟ ଇସ୍ରାଏଲ-ହମାସ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ଆମେରିକାର ନୂଆ ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତାରେ ଉଭୟ ପକ୍ଷ ଏନେଇ ସହମତ ହୋଇଛନ୍ତି। ଏହି ଚୁକ୍ତି ଅନ୍ତର୍ଗତ ଆଗାମୀ ୧୫ ମାସ ପର୍ଯ୍ୟନ୍ତ ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ ବୋଲି ମଧ୍ୟ ସହମତ ପ୍ରକାଶ କରିଛନ୍ତି। କିନ୍ତୁ ଏସବୁ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସ୍ ଉଗ୍ରବାଦୀ ସଂଗଠନ ବିରୋଧରେ ଏକ ବଡ଼ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ହମାସ, ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି ଏବଂ ଇସ୍ରାଏଲ୍ ଉପରେ ଏକ ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଛି। ନେତାନ୍ୟାହୁଙ୍କ ଏପ୍ରକାର ଅଭିଯୋଗ ଦୁଇ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଅସ୍ତ୍ରବିରତି ଚୁକ୍ତିକୁ ଆହୁରି ଅଧିକ ବିଳମ୍ବ କରିପାରେ ବୋଲି ଅନୁମାନ କରାଯାଉଛି।

ଏପରିକି ଇସ୍ରାଏଲ୍ ସରକାରଙ୍କ ପକ୍ଷରୁ ମଧ୍ୟ ଶାନ୍ତି ପ୍ରସ୍ତାବ ଅନୁମୋଦନ କରାଯିବା ଉପରେ ବିଳମ୍ବ କରାଯାଉଛି। ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଇସ୍ରାଏଲ୍ ଗିରଫ କରିଥିବା ହମାସ୍ ଉଗ୍ରବାଦୀଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରିବ ଏବଂ ଅନ୍ୟପକ୍ଷେ ହମାସ୍ ମଧ୍ୟ ଇସ୍ରାଏଲୀୟ ବନ୍ଦୀଙ୍କୁ ପର୍ଯ୍ୟାୟକ୍ରମେ ଛାଡ଼ିବ। ରିପୋର୍ଟ ଅନୁସାରେ ଇସ୍ରାଏଲ୍ ପ୍ରଥମ ପର୍ଯ୍ୟାୟରେ ୧୫୦ରୁ ୨୦୦ ହମାସ୍ ଉଗ୍ରବାଦୀଙ୍କୁ ମୁକ୍ତ କରିବ ଅନ୍ୟପକ୍ଷେ ହମାସ୍ ପକ୍ଷରୁ ପ୍ରତିବଦଳରେ ୩୩ ବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଦୁଇପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅନ୍ୟପକ୍ଷେ ଦ୍ୱିପାକ୍ଷିକ ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ସାମ୍ନାକୁ ଆସିଛି। ଗତ ଦୁଇଦିନରେ ଇସ୍ରାଏଲ ଆକ୍ରମଣରେ ଅତି କମରେ ୭୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଦାବି କରିଛି। ପୂର୍ବ ସଂଘର୍ଷରେ ଅସ୍ତ୍ରବିରତି ଲାଗୁ ହେବାର ଶେଷ ଘଣ୍ଟା ପୂର୍ବରୁ ଉଭୟ ପକ୍ଷ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking