ଭୁବନେଶ୍ୱର: ଜନ୍ମଜୟନ୍ତୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶତାବ୍ଦୀର ମହାନାୟକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ସେ କହିଛନ୍ତି ଯେ ଶତାବ୍ଦୀର ମହାନାୟକ ଭାବେ ଦେଶର ଦଶା ଓ ଦିଶା ବଦଳାଇଥିଲେ ନେତାଜୀ । ୧୩୦ ବର୍ଷ ତଳେ ଓଡିଆ ବଜାରରେ ନେତାଜୀଙ୍କ ଜନ୍ମ ଓଡିଶା ପାଇଁ ଗର୍ବ । ଆଇସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ଚାକିରି କରି ନଥିଲେ । ସ୍ୱାମୀ ବିବେକାନନ୍ଦ ଓ ଅରୋବିନ୍ଦୋଙ୍କ ଆଦର୍ଶରେ ପରିଚାଳିତ ଥିଲେ ନେତାଜୀ । ଜାପାନ ସହାୟତାରେ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ । ଆଣ୍ଡାମାନରେ ପ୍ରଥମ ଥର ପତାକା ଉତ୍ତୋଳନ କରିଥିଲେ ନେତାଜୀ । ଦେଶର ଇତିହାସ ବହିରେ ନେତାଜୀଙ୍କୁ ମିଳି ନାହିଁ ଉପଯୁକ୍ତ ସମ୍ମାନ । ନେତାଜୀଙ୍କ ଜନ୍ମଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମତରି ନରେନ୍ଦ୍ର ମୋଦି କହିଛନ୍ତି ଯେ ନେତାଜୀଙ୍କ ପରାକ୍ରମ, ସୌର୍ଯ୍ୟ ଆମକୁ ପ୍ରେରଣା ଦିଏ । ଆଣ୍ଡାମାନ ନିକୋବରରେ ପରାକ୍ରମ ଦିବସ ସ୍ୱତନ୍ତ୍ର । ସ୍ୱାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟର ସାକ୍ଷୀ ଆଣ୍ଡାମାନ । ଗୁଲାମୀ ଯୁଗ ଶେଷ ହୋଇ ଏବେ ନିଜ ପରିଚୟରେ ବଞ୍ଚୁଛି ଆଣ୍ଡାମାନ ।










