17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶନିଟ କେଁ : ଶିକ୍ଷାମନ୍ତ୍ରୀଙ୍କ ଘର ଘେରାଉ

ନିଟ କେଁ : ଶିକ୍ଷାମନ୍ତ୍ରୀଙ୍କ ଘର ଘେରାଉ

ନୂଆଦିଲ୍ଲୀ : ନିଟ କେଁ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରାଯାଇଛି । ନିଟ୍ ଓ ୟୁଜିସି-ନେଟ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଦିଲ୍ଲୀସ୍ଥିତ ବାସଭବନ ଘେରାଉ କରାଯାଇଛି । ଏନଏସୟୁଆଇ ପକ୍ଷରୁ ଧର୍ମେନ୍ଦ୍ରଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଛାତ୍ରଛାତୀମାନେ ନକଲି ନୋଟ ଉଡ଼ାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ବିକ୍ଷୋଭ ପ୍ରଦାନ କରୁଥିବାବେଳେ ସେଠାରେ ଉପସ୍ଥିତ ପୁଲିସ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇଥିବା ଜଣାଯାଇଛି ।
ପ୍ରକାଶ ଯେ ପୂର୍ବରୁ ନିଟ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ ଥମିନଥିବାବେଳେ ଗତକାଲି ୟୁଜିସି-ନେଟ ପରୀକ୍ଷାକୁ ମଧ୍ୟ ରଦ୍ଧ କରାଯାଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମଙ୍ଗଳବାର ହୋଇଥିବା ନେଟ୍‌ ପରୀକ୍ଷାକୁ ଶିକ୍ଷା ମନ୍ତ୍ରାଳୟ ବାତିଲ୍‌ କରିଦେଇଛି। ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପରୀକ୍ଷାକୁ ବାତିଲ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଅନ୍ତର୍ଗତ ରାଷ୍ଟ୍ରୀୟ ସାଇବର ଅପରାଧ ବିଶ୍ଳେଷଣ ୟୁନିଟ୍‌କୁ ନେଟ୍‌ ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ସୂଚନା ମିଳିଥିଲା। ପରୀକ୍ଷା ପରିଚାଳନାରେ ସଠିକ ଭାବେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନ ଥିବା ନେଇ ପ୍ରାଥମିକ ଭାବେ ଜଣାପଡ଼ିଥିଲା। ଅତଏବ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ କାଳବିଳମ୍ବ ନକରି କେନ୍ଦ୍ର ସରକାର ପରୀକ୍ଷା ବାତିଲ କରିବା ସହ ଏହି ଘଟଣାରେ ସିବିଆଇ ତଦନ୍ତ ପରି ବଡ଼ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୧୮ ତାରିଖରେ ଦେଶର ୩୧୭ଟି ସହରର ୧୨୦୫ଟି ପରୀକ୍ଷା କେନ୍ଦ୍ରରେ ନେଟ୍‌ ପରୀକ୍ଷା ହୋଇଥିଲା। ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ମୋଟ୍‌ ୯ ଲକ୍ଷ ୮ ହଜାର ୫୮୦ ଜଣ ପରୀକ୍ଷା ଦେଇଥିଲେ। ଅନ୍ୟପକ୍ଷରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ଓ୍ବାନରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦% ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking