21.1 C
Bhubaneswar
Friday, December 27, 2024
Homeଦେଶ ବିଦେଶନିଟ୍ ପେପର ଲିକ୍ ମାମଲା : ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନିଟ୍ ପେପର ଲିକ୍ ମାମଲା : ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଶୁକ୍ରବାର ନିଟ୍ ପେପର ଲିକ୍ ମାମଲାରେ ସର୍ବୋଚ୍ଚ ଅଦାଲତ ଫଇସଲା ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ସବୁ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହା ଏକ ସିଷ୍ଟୋମେଟିକ୍ ବିଫଳତା ନୁହେଁ । ପେପର ଲିକ୍ କେବଳ ହଜାରୀବାଗ ଓ ପାଟଣା ଅଞ୍ଚଳରେ ସୀମିତ ଥିଲା । ଏଥିସହ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଢାଞ୍ଚାଗତ ଦୁର୍ବଳତା ଉପରେ ଧ୍ୟାନ ଦେଇଛୁ । ଏଥିସହ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା, ପେପର ଲିକ୍ ରୋକିବାକୁ ସୁଚିନ୍ତିତ ଏସଓପି ପ୍ରସ୍ତୁତ କରିବାକୁ ସରକାର ଓ ଏନଟିଏର ଦାୟିତ୍ୱ । ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ରାୟ ବିରୋଧରେ କେହି ଅଭିଯୋଗ କରିବାକୁ ଚାହୁଁଥିଲେ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । ଶୁଣାଣି ସମୟରେ କୋର୍ଟ ଏନଟିଏକୁ ପରୀକ୍ଷା କରିବାର ଆଦବ-କାଇଦା ବଦଳାଇବାକୁ କହିଛନ୍ତି । ଖାସ୍ କରି ପ୍ରଶ୍ନପତ୍ର ପ୍ରସ୍ତୁତ ହେବା ପରଠାରୁ ପରୀକ୍ଷା ଶେଷ ହେବା ପର୍ୟ୍ୟନ୍ତ ପ୍ରଶ୍ନପତ୍ରକୁ କଡା ସୁରକ୍ଷା ଭିତରେ ରଖିବାକୁ କୋର୍ଟ କହିଛନ୍ତି । ଏଥିସହ ପ୍ରଶ୍ନପତ୍ରକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଠାଇବାକୁ ହେଲେ, ଖୋଲା ରିକ୍ସା ବଦଳରେ ବନ୍ଦ ଥିବା ଗାଡିର ବ୍ୟବହାର କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking