17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶନିଟ୍ ପେପର ଲିକ୍ ମାମଲା; ପୁନଃ ପରୀକ୍ଷା ଆବେଦନ ଖାରଜ

ନିଟ୍ ପେପର ଲିକ୍ ମାମଲା; ପୁନଃ ପରୀକ୍ଷା ଆବେଦନ ଖାରଜ

ନୂଆଦିଲ୍ଲୀ:  ନିଟ୍ ପେପର ଲିକ୍ ମାମଲାରେ ଆଜି ପୁଣିଥରେ ସୁପ୍ରିମକୋର୍ଟ ନିଜ ପୁରୁଣା ରାୟ “ପୁନଃ ପରୀକ୍ଷାର ଆବଶ୍ୟକତା ନାହିଁ” ବୋଲି ଦୋହରାଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବା ପୂର୍ବକ ନିଟ୍‌-ୟୁଜି ପରୀକ୍ଷା ପୁନଃ କରାଇବାର କୌଣସି ପ୍ରାସଙ୍ଗିକତା ନଥିବା ଦର୍ଶାଇସାରିଛନ୍ତି । ତଥାପି ପୂର୍ବ ନିଟ୍‌-ୟୁଜି ପରୀକ୍ଷା ପ୍ରକ୍ରିୟାକୁ ବାତିଲ କରି ଆଉଥରେ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେବା ଦାବିରେ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରାଯାଇଛି । ତେବେ ଏସବୁ ପିଟିସନ୍ ଉପରେ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ନିଟ୍ ୟୁଜି ପୁନଃ ପରୀକ୍ଷା ଆବେଦନକୁ ଖାରଜ କରିବା ସହ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ବଡ ଧରଣର ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ । ଏହା ଏକ ବ୍ୟବସ୍ଥାଗତ ତ୍ରୁଟି ନୁହେଁ । ପେପର ଲିକ୍ କେବଳ ପାଟନା ଓ ହଜାରୀବାଗରେ ସୀମିତ ରହିଛି । ସୁପ୍ରିମକୋର୍ଟଙ୍କ ଆଜିର ଏହି ନିଷ୍ପତ୍ତି ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ମଧ୍ୟ ଅନ୍ତ ହୋଇଛି ।
ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଆବେଦନକାରୀଙ୍କୁ କହିଛନ୍ତି, ଯଦି କିଛି ଅଭିଯୋଗ ରହିଛି ତେବେ ହାଇକୋର୍ଟରେ ଆବେଦନ କରିପାରିବେ । ଏହି ପରିପ୍ରେକ୍ଷୀରେ ସିଜେଆଇ ସରକାରଙ୍କୁ ମଧ୍ୟ ପରାମର୍ଶ ଦେଇ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଗଠିତ କମିଟି କୌଣସି ଅନିୟମିତତାକୁ ରୋକିବା ଏବଂ ଚିହ୍ନଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଏନ୍‌ଟିଏର ସହଯୋଗରେ କମିଟି ଏକ ଉପାୟ ଖୋଜି ବାହାର କରିବା ଉଚିତ୍ । ଯେଉଁଥିରେ ପ୍ରଶ୍ନପତ୍ର ତିଆରି ଠାରୁ ଆରମ୍ଭ କରି ଏହାର ପରୀକ୍ଷଣ ପ୍ରତ୍ୟେକ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ । ଏହାସହିତ ପ୍ରଶ୍ନପତ୍ରର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଇତ୍ୟାଦି ଉପରେ ଯାଞ୍ଚ କରିବା ପାଇଁ ଏସ୍‌ଓପିକୁ ଶୃଙ୍ଖଳିତ କରାଯିବା ଉଚିତ୍ । ସେହିପରି ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍‌, ଭୁଲ ପ୍ରଶ୍ନପତ୍ର ବଣ୍ଟନ ଏବଂ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ଆସିଥିବା ଏକ ଭୁଲ ପ୍ରଶ୍ନର ବିକଳ୍ପ ପାଇଁ ଗ୍ରେସ୍ ମାର୍କ ପ୍ରଦାନ ମାମଲାରେ ଏନ୍‌ଟିଏ ଅର୍ଥାତ ଜାତୀୟ ପରୀକ୍ଷା ଏଜେନ୍ସିର ନୀତିକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking