27.1 C
Bhubaneswar
Sunday, March 22, 2026
Homeଅପରାଧଶ୍ୱଶୁରଙ୍କ ରକ୍ତରେ ହୋଲି ଖେଳିଲା ଜ୍ୱାଇଁ!

ଶ୍ୱଶୁରଙ୍କ ରକ୍ତରେ ହୋଲି ଖେଳିଲା ଜ୍ୱାଇଁ!

କଟକ : ଶ୍ୱଶୁରଙ୍କ ରକ୍ତରେ ହୋଲି ଖେଳିଲା ଜ୍ୱାଇଁ! ସ୍ତ୍ରୀଙ୍କୁ ପିଟୁପିଟୁ ଶ୍ୱଶୁରଙ୍କୁ ପିଟିଦେଲା। ଆଜି ଅପରାହ୍ନରେ ଏପରି ବୀଭତ୍ସ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ଜ୍ୱାଇଁଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମିଳିପୁର ଗାଁର କାଳନ୍ଦୀ ଦାସଙ୍କ ଝିଅ ପୂଜା ତାଳବସ୍ତ ପଞ୍ଚାୟତ ପୁଟସାହିର ଦୁଃଶାସନ ବେହେରାଙ୍କୁ ବିବାହ କରିଥିଲେ।

ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବାହାଘର ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଉଭୟେ କଟକ ଟାଉନ୍‌ରେ ରହୁଥିଲେ। ଏଇଠାରେ ରହଣୀ ସମୟରେ ପୂଜାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ମଦ ନିଶାରେ ପୂଜାଙ୍କୁ ଦୁଃଶାସନ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଦିନକୁ ଦିନ ଅତ୍ୟାଚାର ବଢ଼ିବାରୁ ପୂଜା ନିଜ ପୁଅକୁ ଧରି ବାପ ଘରକୁ ପଳାଇ ଯାଇଥିଲେ। ସେ ବାପ ଘରେ ରହୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking