କୁଚିଣ୍ଡା: ସମ୍ବଲପୁର ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମାମୁକୁ ପଥରରେ ଛେଟି ମାରିଦେଲା ଭଣଜା । ବଚସା ପରେ ମଦ୍ୟପ ଭଣଜା ଘଟାଇଛି ଏହି ଉନ୍ମତ୍ତ କାଣ୍ଡ । ସମ୍ବଲପୁର ଜିଲ୍ଲାର କୁଚୁଣ୍ଡା ସ୍ଥିତ ଧୁଡିପାଲି ପଞ୍ଚାୟତ ତାଳମୁଣ୍ଡା ପଡାରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










