ଭୁବନେଶ୍ୱର: କିଟରେ ନେପାଳୀ ମାମଲାରେ ମୃତ୍ୟୁ ମାମଲାରେ ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉଚ୍ଚସ୍ତରୀୟ କମିଟିର ତଦନ୍ତର ରିପୋର୍ଟ ସରକାରଙ୍କର ହସ୍ତଗତ ହୋଇଛି । ରିପୋର୍ଟ ହସ୍ତଗତ ହେବା ପରେ ନୀରୀକ୍ଷଣରେ ଅଛି । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ପ୍ରଶ୍ନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି । ସେହିପରି କିଟ ସର୍ବସାଧାରଣ ରାସ୍ତା ଜବରଦଖଲ ଘଟଣାର ପ୍ରଶ୍ନର ବି ଉତ୍ତର ରଖିଛନ୍ତି, ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, ଖୁବଶୀଘ୍ର ଏହାର ସରଜମୀନ ତଦନ୍ତ କରାଯିବ । ବେଆଇନ ଜବରଦଖଲ ଉଚ୍ଛେଦ ସହ ଉଚ୍ଚଶିକ୍ଷା ବିଭାଗ ଅଧୀନ ନୁହେଁ ଏବଂ ସାଧାରଣ ପ୍ରଶାସନ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ସାଧାରଣ ପ୍ରଶାସନ ଇଡକୋ, ବିଡିଏ , ବିଏମସସି ଏବଂ ତହସିଲଦାର ମିଳିତ ଉପସ୍ଥିତିରେ ସରଜମୀନ ତଦନ୍ତ କରାଯିବାର ଯୋଜନା ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।









