31.1 C
Bhubaneswar
Monday, March 30, 2026
Homeଦେଶ ବିଦେଶନେପାଳ ହିଂସା: ୟୁପିରେ ସତର୍କତା

ନେପାଳ ହିଂସା: ୟୁପିରେ ସତର୍କତା

କାଠମାଣ୍ଡୁ: ନେପାଳରେ ଜଳୁଛି ନିଆଁ । ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ପରେ ଭାରତ – ନେପାଳ ସୀମାରେ ସଶସ୍ତ୍ର ସୀମାବଳ ଏବଂ ପ୍ରଦେଶ ସଶସ୍ତ୍ର କନଷ୍ଟାବୁଲରୀ ସହେଯାଗରେ ଉତ୍ତର ପ୍ରଦେଶ ପୋଲିସ ହାଇ ଆଲର୍ଟରେ ରହିଛି । ସମସ୍ତ ସାତଟି ସୀମାନ୍ତ ଜିଲ୍ଲା – ପିଲିଭୀତ, ଲଖିମପୁର ଖେରି, ବହରାଇଚ, ଶ୍ରାବସ୍ତି, ବଳରାମପୁର, ସିଦ୍ଧାର୍ଥନଗର ଏବଂ ମହାରାଜଗଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଡିଜିପି ରାଜୀବ କୃଷ୍ଣ କହିଛନ୍ତି ଯେ ପ୍ରତ୍ୟେକ ସ୍ତରରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ୪ ଘଣ୍ଟା ପାଟ୍ରୋଲିଂ ଏବଂ ପ୍ରବେଶ ସ୍ଥାନରେ କଡ଼ା ଯାଞ୍ଚ କରାଯାଉଛି। ନେପାଳରେ ଚାଲିଥିବା ଅଶାନ୍ତି ମଧ୍ୟରେ, କାଠମାଣ୍ଡୁ ବିମାନବନ୍ଦରରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ଭାରତକୁ ଆସୁଥିବା ବିମାନଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି। ପ୍ରତିଦିନ ଚାଲୁଥିବା 250 ରୁ ଅଧିକ ବିମାନ ପ୍ରଭାବିତ ହୋଇଛି, ଯେଉଁଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଫ୍ଲାଏ ଦୁବାଇ, ଏୟାର ଆରବିଆ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ଭଳି ବିମାନ ସେବା ଅନ୍ତର୍ଭୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking