28.1 C
Bhubaneswar
Monday, February 23, 2026
Homeଓଡିଶାଚିକିତ୍ସା ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ 

ଚିକିତ୍ସା ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ 

କଟକ: ସିଡିଏରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟଣାକୁ ନେଇ ମର୍କତନଗର ଥାନାରେ ଏତଲା ହୋଇଛି। ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯାଜପୁର ଜିଲ୍ଲା କୋରେଇର ସୁପ୍ରଭା ବିଶ୍ୱାଳଙ୍କ ଏକ ଶିଶୁପୁତ୍ର ଜନ୍ମ ପରେ ଭେଣ୍ଟିଲେଟରର ଆବଶ୍ୟକତା ଥିବାରୁ ଶିଶୁପୁତ୍ରକୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶିଶୁଭବନ ଡାକ୍ତର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫେରାଇ ଦେଇଥିଲେ। ପରିବାର ଲୋକେ ତାକୁ ସିଡିଏ ସେକ୍ଟର-୭ ରେ ଥିବା ଏକ ଘରୋଇ ଶିଶୁରୋଗ ଡାକ୍ତରଖାନାରେ ଗତ୨୬ ତାରିଖ ରାତି ୧୧ଟାରେ ଭର୍ତ୍ତି କରିଥିଲେ। ୨୮ ତାରିଖ ଭୋର ସମୟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ମୃତ ନବଜାର ଶିଶୁପୁତ୍ରର ମା ସୁପ୍ରଭା ବିଶ୍ୱାଳ ମର୍କତନଗର ଥାନାରେ ଚିକିତ୍ସା ଅବହେଳା ଅଭିଯୋଗ କରିଛନ୍ତି। ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଚିକିତ୍ସା ଅବହେଳା ଅଭିଯୋଗ ଆଧାରରେ ପୁଲିସ ଉକ୍ତ ଘରୋଇ ଡାକ୍ତରଖାନାର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୃତ ଶିଶୁର ଶବ ପଞ୍ଚନାମା ସୋମବାର ହୋଇଥିବା ବେଳେ ଆସନ୍ତାକାଲି କଟକ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ନେଇ ମର୍କତନଗର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଶିଶୁ ରୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନଥିଲା। ସେପ୍ଟିସେମିଆ ବି ଥିଲା। ତେଣୁ ବହୁ ଉଦ୍ୟମ ସତ୍ତ୍ୱେ ଶିଶୁ ରୋଗୀର ମୃତ୍ୟୁ ହୋଇଛି ବୋଲି ଉକ୍ତ ଘରୋଇ ଡାକ୍ତରଖାନାର ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking