35.1 C
Bhubaneswar
Monday, June 2, 2025
Homeଦେଶ ବିଦେଶପଡ଼ୋଶୀଙ୍କୁ ବଦଳାଇ ହେବନି ବରଂ ଶାସନ କରିହେବ: ୱବେସୀ

ପଡ଼ୋଶୀଙ୍କୁ ବଦଳାଇ ହେବନି ବରଂ ଶାସନ କରିହେବ: ୱବେସୀ

ନୂଆଦିଲ୍ଲୀ: ପହଲଗାମ୍‌ ଆକ୍ରମଣ ପରେ ପୂରା ଦେଶର ନେତା ପାକିସ୍ତାନ ଉପରେ ହଲ୍ଲାବୋଲ କରୁଛନ୍ତି । କେମିତି ପାକିସ୍ତାନର ଷଡ୍‌ଯନ୍ତ୍ରକୁ ରୋକିଲା ଭାରତ ଏବଂ କେଉଁପରି ଭାବରେ ମୁହଁତୋଡ୍‌ ଜବାବ ଦେଲା ସେନେଇ ସବୁଠି ଚର୍ଚ୍ଚା । ଏହାରି ଭିତରେ ହାଇଦ୍ରାବାଦ୍‌ର ସାଂସଦ ତଥା ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଆସାଦୁଦ୍ଦିନ ୱବେସୀ କହିଛନ୍ତି, ଭଗବାନ ପାକିସ୍ତାନ ମୁଣ୍ଡରେ ଟିକିଏ ବୁଦ୍ଧି ଦିଅନ୍ତୁ । ହରକତ୍‌ ନବଦଳାଇଲେ ସ୍ଥିତି ଖରାପ ହେବ । କେବେ ଯେ ମ୍ୟାପ୍‌ରୁ ହଜିଯିବ ଖୋଜିଲେ ମିଳିବ ନାହିଁ ଆଦି କହି କଡ଼ା ତାତ୍ସଲ୍ୟ କରିଛନ୍ତି ୱବେସୀ ।

ଗତ କିଛିଦିନ ହେଲା ଭାରି ଚର୍ଚ୍ଚାରେ ହାଇଦ୍ରାବାଦ୍‌ ସାଂସଦ ଆସାଦୁଦ୍ଦିନ ୱବେସୀ । ଖାସ କରି ପହଲଗାମ୍‌ରେ ପାକିସ୍ତାନ ଯେଉଁପରି ଭାବରେ ନରସଂହାର କଲା ତାହାକୁ ନେଇ ପୂରା ବିଶ୍ବରେ ନିନ୍ଦା କରାଯାଉଛି । ତେଣୁ ୱବେସୀ ବି କଡ଼ା ଭାଷାରେ ନିନ୍ଦା କରିଛନ୍ତି । କହିଛନ୍ତି, ପଡ଼ୋଶୀ ରାଷ୍ଟ୍ର ଚକ୍ରାନ୍ତ କରିଥିଲା କି, ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେଉ । ସେଇଥିଲାଗି ପର୍ଯ୍ୟଟକଙ୍କୁ ଧର୍ମ ପଚରା ଯାଇଥିଲା, କଲ୍‌ମା ପଢିବାକୁ କୁହାଯାଇଥିଲା । ଖାଲି ଏତିକି ନୁହେଁ ଯେଉଁମାନେ କଲ୍‌ମା ପଢିପାରିଲେ ନାହିଁ ସେମାନଙ୍କୁ ଗୁଳି ମାରି ହତ୍ୟା କରାଗଲା । ଯାହା ସମସ୍ତଙ୍କୁ ବିଚଳିତ କରିଥିଲା । ପାକିସ୍ତାନ ଭାବିଥିଲା କି ଏମିତି କଲେ ଭାରତରେ ଦଙ୍ଗା ସୃଷ୍ଟି ହେବ । ହେଲେ ସେମିତି କିଛି ହେଲାନାହିଁ କି ଆଗକୁ ହେବାର ବି ନାହିଁ ବୋଲି ୱବେସୀ କହିଛନ୍ତି ।

ୱବେସୀ ସ୍ପଷ୍ଟ କରିଛନ୍ତି କି, ପଡ଼ୋଶୀଙ୍କୁ ବଦଳାଇ ହେବନି ବରଂ ଶାସନ କରିହେବ । ଭାରତର ବୀର ଯବାନମାନେ ଯେଉଁପରି ଭାବରେ ଅପରେସନ୍‌ ସିନ୍ଦୂର କଲେ ତାହା ବିଶ୍ବ ଦେଖିଲା । ଖାସ କରି ପାକିସ୍ତାନ ଜାଣିସାରିଛି କି ଭାରତ ସହ ଲାଗିଲେ ସ୍ଥିତି ହେବ କଣ । ସେଇଥି ଲାଗି ତ, ନିଜ ଆଡୁ ଅସ୍ତ୍ରବିରତି ପାଇଁ ଉଦ୍ୟମ କଲା । ପାକିସ୍ତାନ ଏତେ ସରି ଭୋଗିଲାଣି ହେଲେ ବି ସେ ସୁଧୁରୁନି କି ଆଗକୁ ସୁଧୁରିବ ନାହିଁ ବୋଲି ୱବେସୀ ସ୍ପଷ୍ଟ କରିଛନ୍ତି । ତେଣୁ ସେମାନେ ଯେବେ ଯେବେ ହରକତ କରିବେ ସେବେ ସେବେ ଭାରତ ମୁହଁତୋଡ୍‌ ଜବାବ ଦେବା ଆବଶ୍ୟକ ବୋଲି ୱବେସୀ ଦୃଢ ଭାବରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking