ରାୟଗଡା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ସଉରା ବିକ୍ରମପୁର ଗାଁରେ ପଡ଼ୋଶୀଙ୍କୁ ହାଣି ମାରିଦେଲେ ପଡ଼ୋଶୀ । ସଉରା ବିକ୍ରମପୁର ଗାଁର ପଣ୍ଡା ଶବର ନିଜ ପଡ଼ୋଶୀ ଚୈତନ୍ୟ ଶବରଙ୍କୁ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପଣ୍ଡା ଶବର ପଦ୍ମପୁର ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଚୈତନ୍ୟ ଶବର ଗତକାଲି ସକାଳେ କୌଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିବା ବେଳେ ପଡ଼ୋଶୀ ପଣ୍ଡା ଶବର ଓ ତାଙ୍କ ପୁଅ ଆସି ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା । ଏ ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଦଳ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ତଦନ୍ତ ପରେ ହତ୍ୟାକାଣ୍ଡ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦେବା ପାଇଁ ମୃତକଙ୍କ ପରିବାର ଦାବି କରିଛି ।