ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବିତର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଲୋକସଭା ଭବନରେ ବଡ ମନ୍ତବ୍ୟ ରଖିଛନ୍ତି । କହିଛନ୍ତି, ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ପ୍ରସ୍ତାବ ଆସିଥିଲା । ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏପରି ପ୍ରସ୍ତାବ ଆସିଥିଲା କହିଲେ ଶାହ । ଚୀନକୁ ସ୍ଥାୟୀ ସଦସ୍ୟ ପଦରୁ ଦୂରେଇ ରଖିବା ପାଇଁ ଆମେରିକା ଚାହିଁଥିଲା । । ତତକାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଭାରତର ସ୍ଥାୟୀ ସଦସ୍ୟ ପଦକୁ ଅଗ୍ରାହ୍ୟ କରିଥିଲେ ।










