19.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଜାନୁଆରି ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ

ଜାନୁଆରି ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜାନୁଆରୀ ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଜାନୁଆରି ୧୫ରେ ନେଟ୍ ପରୀକ୍ଷା ହେବାର ଥିଲା, ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ। ଜାନୁଆରୀ ୧୫ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି, ଜାନୁଆରୀ ୧୬ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ।

ଏନଟିଏ ସରକାରୀ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ୧୫ ଜାନୁଆରୀ ୨୦୨୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ୧୫ ଡିସେମ୍ବର ୨୦୨୪ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଏନଟିଏ କହିଛି ଯେ ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ସଚେତନ ହୋଇପାରିବେ । ଡିସେମ୍ବର ଅଧିବେଶନ ପାଇଁ ୟୁଜିସି ନେଟ୍ ପରୀକ୍ଷା ପାଇଁ ସମସ୍ତ ତାରିଖ ପାଇଁ ଏନଟିଏ ଆଡମିଟ୍ କାର୍ଡ ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking