15.1 C
Bhubaneswar
Friday, January 16, 2026
Homeସ୍ୱାସ୍ଥ୍ୟଶରୀରକୁ ସୁସ୍ଥ ରଖେ ଅମୃତଭଣ୍ଡା

ଶରୀରକୁ ସୁସ୍ଥ ରଖେ ଅମୃତଭଣ୍ଡା

ଭୁବନେଶ୍ୱର : ଅମୃତଭଣ୍ଡା ଏମିତି ଏକ ଫଳ, ଯାହା ଶରୀରରେ ସବୁ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ। କଞ୍ଚା ହେଉ ବା ପାଚିଲା ଅମୃତଭଣ୍ଡା, ଉଭୟ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏହା ଖାଇବା ଦ୍ୱାରା ଅନେକ ମାରାତ୍ମକ ରୋଗରୁ ସୁରକ୍ଷା ମିଳିଥାଏ। ଅମୃତଭଣ୍ଡାରେ ଭିଟାମିନ୍ ସହ ଏପରି ଶକ୍ତି ରହିଛି, ଯାହା ହଜମ ପ୍ରକିୟାକୁ ସହଜ କରିବାରେ ସାହାଯ୍ୟ କରିଥାଏ।ଏବେ ଆସନ୍ତୁ ଜାଣିବା, ଅମୃତଭଣ୍ଡାରୁ ଶରୀରକୁ ମିଳୁଥିବା ବିଭିନ୍ନ ଉପକାରିତା ବିଷୟରେ।ଅମୃତଭଣ୍ଡା ଖାଇବା ଦ୍ୱାରା ଆମ ପେଟ ସଫା ରହିଥାଏ। ହଜମ ପ୍ରକ୍ରିୟାରେ ସୁଧାର ଆସେ। ତେଣୁ ପ୍ରତିଦିନ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ସାମିଲ୍‌ କରନ୍ତୁ।ହୃଦ୍‌ଜନିତ ସମସ୍ୟାର ସୁଧାର ପାଇଁ ଅମୃତଭଣ୍ଡା ଲାଭଦାୟକ। ପ୍ରତିଦିନ ଏହାର ପତ୍ରରୁ ରସ ତିଆରି କରି ପିଇଲେ, ହୃଦ୍‌ରୋଗ ଭଲ ହେବା ସହ ଜ୍ୱର ଓ ଉଚ୍ଚ ରକ୍ତଚାପରୁ ଆରୋଗ୍ୟ ମିଳିଥାଏ।କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତି ପ୍ରତିଦିନ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ସାମିଲ କରିବା ଉଚିତ୍‌। କାରଣ ଅମୃତଭଣ୍ଡା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ। ଅମୃତଭଣ୍ଡା ଆଖି ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏଥିରେ ଥିବା ଭିଟାମିନ୍‌ ଏ’ ଓ ସି’ ଆଖିକୁ ସୁସ୍ଥ ରଖିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking