26.1 C
Bhubaneswar
Wednesday, February 11, 2026
Homeଅପରାଧଏନ୍‌ସିପି ନେତାଙ୍କୁ ହତ୍ୟା

ଏନ୍‌ସିପି ନେତାଙ୍କୁ ହତ୍ୟା

ମୁମ୍ବାଇ : ଅଜିତ୍ ପୱାର ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ଦଳ (ଏନ୍‌ସିପି)ର ଜଣେ ବରିଷ୍ଠ ନେତାଙ୍କୁ ହତ୍ୟା କରାଯାଇଛି। ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ରହୁଥିବା ଏନ୍‌ସିପି ନେତା (ତାଲୁକା ସଭାପତି) ସଚିନ କୁର୍ମୀଙ୍କୁ କିଛି ଦୁର୍ବୃତ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ସଚିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୁମ୍ବାଇ ପୁଲିସ ଏହି ମାମଲରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସର କହିବା ମୁତାବକ, ଏହି ଘଟଣା ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ରେ ଘଟିଥିଲା। ତେବେ ଏନ୍‌ସିପି ନେତା ସଚିନଙ୍କୁ କିଏ ହତ୍ୟା କରିଛି ଏବଂ କାହିଁକି ତାହା ଜଣା ପଡିନାହିଁ। ଏହି ଆକ୍ରମଣରେ ୨ରୁ ୩ ଜଣ ସମ୍ପୃକ୍ତ ଥିବା ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking