ନୂଆଦିଲ୍ଲୀ: ଏନସିଇଆରଟି ପୁସ୍ତକ ତ୍ରୁଟିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କ୍ଷୁବ୍ଧ । କେଉଁ ପରିସ୍ଥିତିରେ ଏପରି ହେଲା ଜାଣିବାକୁ ଚାହିଁଲେ । ଏଥିପାଇଁ କିଏ ଦାୟୀ ଜଣାଇବାକୁ କହିଲେ ମୋଦି । ଏନସିଇଆରଟି ଅଷ୍ଟମ ଶ୍ରେଣୀ ସ୍କୁସ୍ତକକୁ ନେଇ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି ।ଦୁଃଖ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଉଦବେଗକୁ ସରକାର ଗ୍ରହଣ କରିଛନ୍ତି । ଏହି ପୁସ୍ତକକୁ ପ୍ରତ୍ୟାହାର ପାଇଁ ଏନସିଇଆରଟିକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିଇଆରଟିର ଯେଉଁ ଅଫିସର ଏପରି କରିଛନ୍ତି କାର୍ଯ୍ୟାନୁଷ୍ଟାନ ହେବ । ସରକାର ଆଉ ଥରେ ଏପରି କରିବାକୁ ଦେବେ ନାହିଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଚାର ବିଭାଗରେ ଭ୍ରଷ୍ଟାଚାର ବିଷୟ ୮ମ ଶ୍ରେଣୀ ପୁସ୍ତକରେ ସ୍ଥାନ ପାଇଥିଲା ।










