26.1 C
Bhubaneswar
Saturday, March 14, 2026
Homeଓଡିଶାପୂର୍ବତନ ଜିଲାପାଳଙ୍କ ବିରୋଧରେ ଏନବିଡବ୍ଲ୍ୟୁ

ପୂର୍ବତନ ଜିଲାପାଳଙ୍କ ବିରୋଧରେ ଏନବିଡବ୍ଲ୍ୟୁ

ମାଲକାନଗିରି : ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ସୂଚନା ଅନୁସାରେ, ୨୦୧୯ରେ ମନୀଷ ମାଲକାନଗିରି ଜିଲାର ଜିଲାପାଳ ଥିଲେ। ତାଙ୍କ ବ୍ୟକ୍ତିଗତ ସହାୟକ ଥିଲେ ଦେବ ନାରାୟଣ ପଣ୍ଡା। ୨୦୧୯ ଡିସେମ୍ବର ୨୭ରେ ଦେବନାରାୟଣ ହଠାନ ନିଖୋଜ ହୋଇଯାଇଥିଲେ। ଏହା ପରଦିନ ତାଙ୍କ ମୃତଦେହ ସତୀଗୁଡ଼ା ଜଳଭଣ୍ଡାରରୁ ମିଳିଥିଲା। ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ତତ୍କାଳୀନ ଜିଲାପାଳ ମନୀଷ ଏବଂ ଅନ୍ୟ ୩ ଜଣଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲେ। ବାରମ୍ବାର ନୋଟିସ ସତ୍ବେ ହାଜର ନ ହେବାରୁ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking