17.1 C
Bhubaneswar
Wednesday, February 4, 2026
Homeଓଡିଶାନୟାପଲ୍ଲୀ ହତ୍ୟାକାଣ୍ଡ: ୨ ଗିରଫ

ନୟାପଲ୍ଲୀ ହତ୍ୟାକାଣ୍ଡ: ୨ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ନୀଳକଣ୍ଠନଗର ହତ୍ୟାକାଣ୍ଡ ମାମଲାରେ ୨ ଗିରଫ। ୨ ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା। ହତ୍ୟାକାଣ୍ଡ ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ସନ୍ଦେହ। ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୋଲିସର ସୂଚନା। ସୂଚନା ଅନୁସାରେ, ନୟାପଲ୍ଲୀରେ ଗତ ୨୭ ତାରିଖରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଆଜି ସକାଳେ ମୃତ୍ୟୁ ଘଟିଥିଲା । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆ ସାହିର ଜିତୁନ ଦାସ ଓରଫ ବବଲୁ । ସେ ଜଣେ ଡ୍ରାଇଭର ବାବେ କାମ କରୁଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଚ ରାସ୍ତାରେ ତାଙ୍କୁ ଆକ୍ରମଣ ହୋଇଥିଲା । ଏନେଇ ନୟାପଲ୍ଲୀ ଥାନା ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ଏ ଯାଏ ୫ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ହତ୍ୟାକାରୀଙ୍କୁ ସହଯୋଗ କରିବା ଅଭିଯୋଗରେ ଜଣେ ନାବାଳକକୁ ଗିରଫ କରି ସୁଧାର ଗୃହକୁ ପଠାଇଥିଲା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking