27.1 C
Bhubaneswar
Sunday, May 4, 2025
Homeଓଡିଶାନୟାନ୍ତ କଲାଣି ତାତି

ନୟାନ୍ତ କଲାଣି ତାତି

ଭୁବନେଶ୍ୱର : ନୟାନ୍ତ କଲାଣି ତାତି । ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି। ପଦାକୁ ଯାଇ ହେଉନି, ଘରେ ବି ନିସ୍ତାର ମିଳୁନି। ଆହୁରି ଦୁଇଦିନ ଏମିତି ଛଟପଟ ହେବ ସାରା ଓଡ଼ିଶା । ୨୭ରୁ ଆରମ୍ଭ ହେବ କାଳବୈଶାଖୀ । ଏହି ବର୍ଷା ହିଁ ଆଣିବ ଆଶ୍ୱସ୍ତି । ଯଦିଓ ସାମୟିକ ଆଶ୍ୱସ୍ତି ପରେ ପୁଣି ମେ ପହିଲାବେଳକୁ ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି । ଗୁରୁବାର ରାଜ୍ୟର ୧୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା । ସେଥିରୁ ୧୩ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା । ତତଲା ସହର ଝାରସୁଗୁଡ଼ା ପୁଣି ଡେଇଁଥିଲା ୪୫ । ପାରଦ ପହଞ୍ଚିଥିଲା ୪୫.୨ ଡିଗ୍ରୀ ସେଲସିୟସ୍ରେ । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୩୬- ୩୮ ଡିଗ୍ରୀ ଭିତରେ ଥିଲା । ହେଲେ ଗୁଳୁଗୁଳି ପ୍ରକୋପ ଜାରି ରହିଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ, ୨୫ ଓ ୨୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଶୁକ୍ରବାର ଝାରସୁଗୁଡ଼ା ଯେମିତି ଜଳୁଥିଲା, ଜଳିବ । ଗୋଟିଏ ଦୁଇଟି ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ କଲବଲ କରିପାରେ । ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁରରେ ଗ୍ରୀଷ୍ମ ପ୍ରବାହ (ଅରେଞ୍ଜ ୱାର୍ଣ୍ଣିଂ) ଆଶଙ୍କା ରହିଛି । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ରାତି ତାପମାତ୍ରା ଅଧିକ ରହିବା ଯୋଗୁ ଅସ୍ୱାଭାବିକ ସ୍ଥିତି ଅନୁଭୂତ ହୋଇପାରେ । ଅନୁଗୁଳ, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼ରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳରେ ବିତାତିରୁ ନିସ୍ତାର ଆଶା ନାହିଁ ।

କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ତାତି ସାଙ୍ଗକୁ ଗୁଳୁଗୁଳି ପ୍ରଭାବ ରହିପାରେ । ୨୬ ତାରିଖ (ଶନିବାର) ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ନୂଆପଡ଼ା, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ଆଶଙ୍କା ଅଛି । ୨୭ରୁ ତାତି ପ୍ରକୋପ କମିବା ସହ ରାଜ୍ୟରେ କାଳବୈଶାଖୀ ବଢ଼ିବ । ୨୭ ଓ ୨୮ରେ ବିସ୍ତୃତ ଅଞ୍ଚଳରେ ଘଡ଼ଘଡ଼ି, ପବନ ସହ ବର୍ଷା ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ଅଛି । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୨୬ରୁ ୨୯ ଭିତରେ ପୂର୍ବ ଭାରତରେ କାଳବୈଶାଖୀ ବର୍ଷା ହୋଇପାରେ । ଓଡ଼ିଶାରେ ୨୮ ତାରିଖରେ କୁଆପଥର ବର୍ଷା ସମ୍ଭାବନା ଅଛି । ଏଭଳି ବର୍ଷା ଯୋଗୁ ତାତି କମିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking